ଅଜବ ନିଯୁକ୍ତି: ମୃତଦେହ ସହ ୧୦ ମିନିଟ ବିତାଇବାକୁ ୨୫ ହଜାର ଦରମା

ବେଜିଂ: ଆଜିକାଲି ସୋସିଆଲ ମିଡ଼ିଆରେ ଭିନ୍ନ ଭିନ୍ନ ଭିଡ଼ିଓ ବା ଫଟୋ ଭାଇରାଲ ହେଉଛି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହ ବିଶ୍ୱାସ କରି ପାରନ୍ତି ନାହିଁ । ଏବେ ଠିକ୍ ସେମିତି ଏକ ନିଯୁକ୍ତି ବିଜ୍ଞାପନ ଭାଇରାଲ ହେଉଛି, ଯାହାକୁ ନେଇ ଲୋକେ ଚକିତ ହୋଇପଡ଼ିଛନ୍ତି । ଏହା କ’ଣ ସମ୍ଭବ ବୋଲି ମନକୁ ପ୍ରଶ୍ନ ଆଣୁଛନ୍ତି ।

ବିଶ୍ୱର ଦ୍ୱିତୀୟ ଜନବହୁଳ ଦେଶ ଚାଇନାର ଶାଣ୍ଡୋଙ୍ଗ ପ୍ରଦେଶ ଅନ୍ତର୍ଗତ ରୁଶାନ ସହରର ଏକ ଶବ ଗୃହ ପାଇଁ ଏହି ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଛି। ଉକ୍ତ ବିଜ୍ଞାପନ ଅନୁଯାୟୀ, ମୃତଦେହଗୁଡ଼ିକ ସହ ୧୦ ମିନିଟ୍ ବିତାଇବା ପାଇଁ ଦରମା ଆକାରରେ ୨୫ ହଜାର ଟଙ୍କା ମିଳିବ। ରୁଶାନସ୍ଥିତ ଜିନ୍‌ମାଇକ ହ୍ୟୁମାନ ରିସୋର୍ସ କୋପରେସନ୍ ଲିମିଟେଡ୍ କମ୍ପାନୀ ପକ୍ଷରୁ ଏହି ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଛି। ଏହି ନିଯୁକ୍ତିରେ ନୂତନ ଭାବେ ଚୟନ ହେବାକୁ ଥିବା କର୍ମଚାରୀମାନଙ୍କୁ ଶୀତଳ ପରିବେଶ ମଧ୍ୟରେ ମୃତଦେହଗୁଡ଼ିକର ଯତ୍ନ ନେବାକୁ ପଡ଼ିବ।

ସେଥିପାଇଁ ଏହି ନିଯୁକ୍ତି ଆବେଦନ କରିଥିବା ପ୍ରାର୍ଥୀଙ୍କ ମାନସିକ ଏବଂ ଶାରୀରିକ ପରୀକ୍ଷା କରାଯିବ। ୪୫ ବର୍ଷ ବୟସ ପର୍ଯ୍ୟନ୍ତ ବ୍ୟକ୍ତିମାନେ ଏହି ନିଯୁକ୍ତି ପାଇଁ ଆବେଦନ କରିପାରିବେ। ଆବେଦନକାରୀଙ୍କ ଡାକ୍ତରୀ ଚେକଅପ୍ କରାଯିବା ସହ ସେମାନଙ୍କର ସାକ୍ଷାତ୍‌କାର ମଧ୍ୟ ନିଆଯିବ। ନିଯୁକ୍ତି ପାଇବା ପରେ ସେମାନଙ୍କୁ ୬ ମାସର ଏକ ପ୍ରୋବେଶନ ଅବଧି ସମାପ୍ତ କରିବାକୁ ପଡ଼ିବ। ଏହାପରେ ଯୋଗ୍ୟତା ଆଧାରରେ ସେମାନଙ୍କର ନିଯୁକ୍ତିକୁ ସ୍ଥାୟୀ କରାଯିବ। ସେହିପରି ନାଇଟ୍ ସିଫ୍ଟ କରୁଥିବା କର୍ମଚାରୀଙ୍କୁ ଅତିରିକ୍ତ ଦରମା ମିଳିବ ବୋଲି ଏହି ନିଯୁକ୍ତି ବିଜ୍ଞାପନରେ ଉଲ୍ଲେଖ ରହିଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *