ନୂଆଦିଲ୍ଲୀ: ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ସହଯୋଗୀ ବଚ୍ ୱିଲମୋର ଏକ ନିଆରା ଢଙ୍ଗରେ ନବବର୍ଷ ୨୦୨୫କୁ ସ୍ବାଗତ କରିଛନ୍ତି । ଉଭୟ ମହାକାଶଚାରୀ ମହାକାଶରେ ସ୍ଥାପିତ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ ରହିଥିବା ବେଳେ ସେମାନେ ୧୬ ଥର ସୂର୍ଯ୍ୟୋଦୟ- ସୂର୍ଯ୍ୟାସ୍ତ ଦେଖିଛନ୍ତି । ମହାକାଶରେ ୭୨ କ୍ରୁ ମେମ୍ବର ଏହି ନିଆରା ଅନୁଭବକୁ ଉପଭୋଗ କରିବା ନେଇ ଆଇଏସଏସର ଅଫିସିଆଲ ଏକ୍ସ ସାଇଟ୍ରେ ମଧ୍ୟ ସୂଚନା ଦିଆଯାଇଛି ।
ମହାକାଶରେ ୭୨ କ୍ରୁ ମେମ୍ବର ପୃଥିବୀଠାରୁ ପ୍ରାୟ ୪୦୦ କିଲୋମିଟର ଉଚ୍ଚରେ ସ୍ଥାପିତ ହୋଇଛି । ଏହା ପୃଥିବୀ କକ୍ଷରେ ଅବସ୍ଥିତ । ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ ପ୍ରତି ୯୦ ମିନିଟରେ ପୃଥିବୀ ଚାରିପଟେ ଥରେ ଘୂରିଥାଏ । ଗୋଟିଏ ଦିନରେ ଆଇଏସଏସ ପୃଥିବୀ ଚାରିପଟେ ୨୮ହଜାର କିମି ବେଗରେ ୧୬ଥର ଘୂରିଥାଏ । ଏଥିଲାଗି ଡିସେମ୍ବର ୩୧ ତାରିଖରୁ ଜାନୁଆରୀ ୧ ତାରିଖ ମଧ୍ୟରେ ୧୬ ଥର ନୂଆବର୍ଷ ପାଳନ କରିବାର ସୁଯୋଗ ମିଳିଥାଏ ।
ସୁନୀତା ୱିଲିୟମ୍ସ ଜୁନ 2024ରେ ବୋଇଙ୍ଗ ଷ୍ଟାରଲାଇନର ମହାକାଶ ଯାନରେ ୮ ଦିନିଆ ମିଶନରେ ଯାଇ ଏବେ ୮ମାସରୁ ଅଧିକ ସମୟ ଧରି ଫସି ରହିଛନ୍ତି । ବୋଇଙ୍ଗ ଷ୍ଟାରଲାଇନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସେ ପୃଥିବୀ ଫେରିବାରେ ଅସୁବିଧା ଭୋଗିଥିଲେ । ସେ ଫେବୃଆରୀରେ ଫେରିବେ ବୋଲି ନାସା ପକ୍ଷରୁ କୁହାଯାଇଥିଲା । ମାତ୍ର କ୍ରୁ-10 ସଦସ୍ୟଙ୍କ ମିଶନ ମାର୍ଚ୍ଚ ପର୍ଯ୍ୟନ୍ତ ଘୁଞ୍ଚିଥିବାରୁ ଏବେ ସୁନୀତା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଆଇଏସଏସରେ ରହିବେ । ଏହି ଲମ୍ବା ମିଶନ ଯୋଗୁଁ ସୁନୀତା ମହାକାଶରେ ଏପରି ନିଆରା ଅନୁଭବ ନେବାର ସୁଯୋଗ ପାଇଛନ୍ତି ।
ନୂଆବର୍ଷ ଅବସରରେ, ମହାକାଶରେ ମଧ୍ୟ ମହାକାଶଚାରୀଙ୍କ ଲାଗି ସ୍ବତନ୍ତ୍ର ଭୋଜନର ଆୟୋଜନ କରାଯାଇଛି । ଏଥିଲାଗି ପୃଥିବୀରୁ ତାଜା ଖାଦ୍ୟ ସେମାନଙ୍କ ଲାଗି ପଠାଯାଇଛି । ଏହା ସହିତ ସେମାନେ ଭିଡିଓ କଲ୍ ମାଧ୍ୟମରେ ମହାକାଶରୁ ନିଜ ଆତ୍ମୀୟ ସ୍ବଜନଙ୍କ ସହିତ ବାର୍ତ୍ତାଳାପ କରିପାରିବେ । ଏହି ସମସ୍ତ ସୁବିଧାର ଉଦ୍ଦେଶ୍ୟ ହେଉଛି ସେମାନଙ୍କୁ ମାନସିକ ଓ ଭାବନାତ୍ମକ ସ୍ବାସ୍ଥ୍ୟକୁ ସୁସ୍ଥ ରଖିବା । ନିକଟରେ ସୁନୀତା ଓ କ୍ରୁ ମେମ୍ବର ଖ୍ରୀଷ୍ଟମାସ ପାଳନ କରିଥିଲେ । ISSକୁ ସଜାଇବା ଲାଗି ପୃଥିବୀରୁ ସେମାନଙ୍କ ଲାଗି ଜିନିଷ ମଧ୍ୟ ପଠାଯାଇଥିଲା ।