ନୂଆବର୍ଷର ପ୍ରଥମ ଦିନରେ ଲାଗିଲା ଭୋଗ

ଲକ୍ଷ୍ନୌ: ନୂଆବର୍ଷରେ ରାମଲଲାଙ୍କ ପାଖରେ ୫୬ ପ୍ରକାର ଭୋଗ ଲାଗି କରାଯାଇଛି। ରାମ ମନ୍ଦିରର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତେନ୍ଦ୍ର ଦାସଙ୍କ ଦ୍ୱାରା ଏହି ଭୋଗ ରାମଲଲାଙ୍କୁ ଚଢ଼ାଯାଇଛି। ଏହି ୫୬ ପ୍ରକାର ଭୋଗରେ ବିଭିନ୍ନ ପ୍ରକାର ମିଠା ସାମିଲ ଅଛି। ରସଗୋଲ, ବଫ୍ରି, ଲଡ଼ୁ ଇତ୍ୟାଦି। ନୂଆବର୍ଷ ଅବସରରେ ଭଗବାନଙ୍କୁ ୫୬ ପ୍ରକାର ଭୋଗ ଚଢ଼ାଯିବା ପୁରୁଣା ପରମ୍ପରା। ଏହି ୫୬ ପ୍ରକାର ଭୋଗକୁ ଲକ୍ଷ୍ନୌର ପ୍ରସିଦ୍ଧ ଦୋକାନ ମଧୁରିମାରୁ ମଗାଯାଇଥିଲା। ପ୍ରସାଦ ତିଆରୀ କରିବା ଦୋକାନର ମାଲିକ କହିଛନ୍ତି ତାଙ୍କର ସଂକଳ୍ପ ଥିଲା ଯେତେବେଳେ ରାମଲଲାଙ୍କ ମନ୍ଦିର ହେବ ସେ ୫୬ ପ୍ରକାର ଭୋଗ ଚଢ଼ାଇବେ। ମିଠା ଦୋକାନୀ ମାଲିକ ସଂଜଲ ଗୁପ୍ତା କହିଛନ୍ତି ସେମାନେ ଏହି କାମ ୪ ବର୍ଷ ହେବ କରୁଛନ୍ତି।

ଗତକାଲି ନୂଆବର୍ଷ ଉପଲକ୍ଷେ ମନ୍ଦିରରେ ଦେଖିବାକୁ ମିଳିଛି ଅସମ୍ଭାଳ ଭିଡ । ସକାଳ ୭ରୁ ଆରମ୍ଭ ହୋଇଥିବା ଦର୍ଶନ ରାତି ୯ଟା ପର‌୍ୟ୍ୟନ୍ତ ଚାଲିଥିଲା । ସେପଟେ ଆଗକୁ ମନ୍ଦିର ପ୍ରତିଷ୍ଠାକୁ ବର୍ଷେ ପୁରୁଥିବାରୁ ମନ୍ଦିରରେ ସ୍ଵତନ୍ତ୍ର ଆୟୋଜନ କରାଯାଇଛି । ଆସନ୍ତା ଜାନୁଆରୀ ୧୧ରେ ମନ୍ଦିରରେ ଭବ୍ୟ ବାର୍ଷିକ ଉତ୍ସବ ପାଳନ କରାଯିବ । ସେଥିପାଇଁ ମନ୍ଦିର ଟ୍ରଷ୍ଟ ଅତିଥିଙ୍କ ତାଲିକା ପ୍ରସ୍ତୁତ କରିଛି । ଗତ ୨୦୨୪ ଜାନୁଆରୀ ୨୨ରେ ପ୍ରଧାନମନ୍ତ୍ରୀଙ୍କ ହସ୍ତରେ ପ୍ରତିଷ୍ଠା ହେଇଥିଲା ଅଯୋଧ୍ୟାର ଭବ୍ୟ ଶ୍ରୀରାମ ମନ୍ଦିର । ଏଥିପାଇଁ ମୋଦୀ ୧୧ଦିନ ବିଶେଷ ଉପବାସରେ ରହିଥିଲେ ।

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚଳିତ ବର୍ଷ ଜାନୁଆରୀ ୧୧ ତାରିଖରେ ମନ୍ଦିରର ବାର୍ଷିକ ଉତ୍ସବ ପାଳନ କରାଯିବ । ସେପଟେ ବାର୍ଷିକ ଉତ୍ସବରେ ପ୍ରବଳ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ପ୍ରଶାସନ । ଏପଟେ ମନ୍ଦିରର ବାର୍ଷିକ ଉତ୍ସବ ସେପଟେ ପ୍ରୟାଗରାଜ କୁମ୍ଭମେଳା ପାଇଁ ଆଲର୍ଟରେ ରହିଛନ୍ତି ଉତ୍ତରପ୍ରଦେଶ ସରକାର ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *