ଚର୍ଚ୍ଚାରେ ଅଭିନେତା ରାମ କପୁର

ମୁମ୍ବାଇ: ରାମ କପୁର ଟେଲି ଦୁନିଆରୁ ଆରମ୍ଭ କରି ସିନେମା ଦୁନିଆ ପର୍ଯ୍ୟନ୍ତ ସବୁ ଥିରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି। ତାଙ୍କ ଦମଦାର ଅଭିନୟ ଦେଖି ଦର୍ଶକ ମଧ୍ୟ ଦିୱାନା ହୁଅନ୍ତି। ଅନେକ ସିରିଏଲରେ ରାମ କପୁରଙ୍କୁ ଲିଡ୍ ଚରିତ୍ରରେ ମଧ୍ୟ ଦେଖିବାକୁ ମିଳିଛି। ହେଲେ ରାମ କପୁର ତାଙ୍କ ଓଜନକୁ ନେଇ ମଧ୍ୟ ବେଶ ପରିଚିତ ଥିଲେ। ହେଲେ ରାମଙ୍କ ଉପରେ ଏବେ ଆଉ ଏକ ଖବର ଭାଇରାଲ ହେଉଛି। ଯାହାକୁ ଆପଣ ମଧ୍ୟ ଦେଖିଲେ ହଠାତ ବିଶ୍ୱାସ କରିପାରିବେନି।

ମଧୁମେହରେ ପୀଡିତ ରାମ କପୁରଙ୍କ ଓଜନ କ୍ରମାଗତ ଭାବରେ ବଢୁଥିଲା। ଆଉ ତାଙ୍କ ରୋଗକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡିଥିଲା। କିନ୍ତୁ ସେ ହାର ମାନିନଥିଲେ ଏବଂ ଦୃଢ ନିଷ୍ଠାର ସହିତ ନିଜର ଓଜନ ହ୍ରାସ ଯାତ୍ରା ଆରମ୍ଭ କରିଥିଲେ। ସେ ସୁସ୍ଥ ଖାଦ୍ୟାଭ୍ୟାସ ଏବଂ ନିୟମିତ ବ୍ୟାୟାମ କରି ମାତ୍ର ୧୮ ମାସ ମଧ୍ୟରେ ୫୫ କିଲୋଗ୍ରାମରୁ ଅଧିକ ଓଜନ ହ୍ରାସ କରିଛନ୍ତି। ସେ ସୋସିଆଲ ମିଡିଆରେ ସୂଚନା ଦେଇ କହିଛନ୍ତି ଯେ ବୟସ ସହିତ ମେଟାବୋଲିଜିମ୍ ଧୀର ହେବା ତାଙ୍କ ପାଇଁ ସବୁଠୁ ବଡ଼ ଆହ୍ବାନ ଥିଲା। ସମସ୍ତ ଚେଷ୍ଟା ସତ୍ତ୍ବେ ଓଜନ ହ୍ରାସ ହେଇ ପାରୁନଥିଲା। ତଥାପି ସେ ହାର ମାନିନଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ଓଜନ ୧୪୦ କିଲୋଗ୍ରାମରେ ପହଞ୍ଚିଥିଲା। ଏପରିକି ସେ ୨୦ ଷ୍ଟେପ୍ ଚାଲିଲେ ବି ଥକି ଯାଉଥିଲେ। ମଧୁମେହ ଏବଂ ଗୋଡରେ ଆଘାତ ହେତୁ ଦୈନନ୍ଦିନ କାର‌୍ୟ୍ୟ କରିବା ତାଙ୍କ ପାଇଁ କଷ୍ଟକର ହୋଇଯାଇଥିଲା। ଯାହାପରେ ସେ ନିରନ୍ତର ଚେଷ୍ଟା କରିଚାଲିଥିଲେ। ମୁଁ ଦୁଇଥର କରିକି ୩୦ କିଲୋଗ୍ରାମ ଓଜନ ହ୍ରାସ କରିଥିଲି। ବର୍ତ୍ତମାନ ମୁଁ ଫିଟନେସ୍ ଜର୍ଣ୍ଣିରେ ରହିଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *