ମୁମ୍ବାଇ: ଗାୟକ ଅରମାନ ମଲିକ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ତାଙ୍କ ଗର୍ଲଫ୍ରେଣ୍ଡ ଆଶନା ଶ୍ରାର୍ଫଙ୍କୁ ଜୀବନ ସାଥୀ ବାଛିଛନ୍ତି। ପରିବାର ଏବଂ କିଛି ଖାସ୍ ବନ୍ଧୁଙ୍କ ଉପସ୍ଥିତିରେ ସାତ ଜନ୍ମର ସାଥୀ ହୋଇଛନ୍ତି ଏହି ଯୋଡ଼ି। ଅରମାନ ବିବାହର କିଛି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି।
ଅରମାନ ମଲିକ ଆଶନା ଶ୍ରାଫଙ୍କ ସହିତ ବିବାହ ଫଟୋ ସେୟାର କରି ଅନେକ ଭଲପାଇବା ଜାହିର କରିଛନ୍ତି। ଫ୍ୟାନ୍ସ ଏହି ଯୋଡ଼ିକୁ ଖୁବ ଭଲପାଇବା ଦେବା ସହ ଶୁଭେଚ୍ଛା ଜଣାଇଛନ୍ତି। ବିବାହରେ ଅରମାନ ପିଙ୍କ ରଙ୍ଗର ସେରୱାନୀ ପିନ୍ଧିଥିବା ବେଳେ ତାସହ ମ୍ୟାଚିଂ ପଗଡ଼ି ମଧ୍ୟ ପିନ୍ଧିଥିଲେ। ସେହିପରି ଆଶନା ମଧ୍ୟ ଅରେଞ୍ଜ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ। ଯେଉଁଥିରେ ସେ ପିଙ୍ଗ କଲର ଓଢ଼ଣୀ ପକାଇଥିଲେ।
ଅରମାନ ଓ ଆଶନା ନିଜ ବିବାହ ତାରିଖ ଘୋଷଣା କରି କହିଥିଲେ ଯେ ସେମାନେ ୨୦୨୪ରେ ବିବାହ କରିବେ । ସେମାନେ ଇଣ୍ଟିମେଟ୍ ୱେଡିଂରେ ସାତ ଫେରା ନେବେ । ଅରମାନ, ଆଶନାଙ୍କୁ ୨୦୧୯ରୁ ଡେଟ୍ କରୁଥିଲେ । ୨୦୨୩ରେ ଉଭୟଙ୍କର ନିର୍ବନ୍ଧ ହୋଇଥିଲା । ଆଶନା ଜଣେ ଜଣାଶୁଣା ଫ୍ୟାସନ ଇନଫ୍ଲୁଏନ୍ସର ଏବଂ ବ୍ଲଗର । ସେପଟେ ଅରମାନ ‘ମେଁ ହୁ ହିରୋ ତେରା’, ‘ବୋଲ ଦୋ ନ ଜରା’, ‘ମେଁ ରହୁ ୟା ନା ରହୁଁ’ ଭଳି ହିଟ୍ ଗୀତ ଗାଇଛନ୍ତି ।