ଏଫିଲ ଟାୱାରର କିଛି ରୋଚକ କଥା

ଏଫିଲ ଟାୱାରର ନିର୍ମାଣ ୧୮୮୭ରୁ ୧୮୮୯ ଭିତରେ ହୋଇଥିଲା। ଏଫିଲ ଟାୱାରକୁ ୧୮୮୯ରେ ବିଶ୍ୱ ମେଳା ପାଇଁ ନିର୍ମାଣ କରାଯାଇଥିଲା। ଏହି ବିଶ୍ୱ ମେଳା ଫ୍ରାନ୍ସର କ୍ରାନ୍ତିର ଶହେ ତମ ବର୍ଷ ଉପଲକ୍ଷେ ଆୟୋଜିତ କରାଯାଇଥିଲା।ଏଫିଲ ଟାୱାର ନିର୍ମାଣ ସମୟରେ ପ୍ୟାରିସର ଅନେକ କଳାକାର ଏବଂ ବୃଦ୍ଧିଜୀବୀ ଏହାର ଆଲୋଚନା କରିଥିଲେ। ପ୍ୟାରିସର ସୁନ୍ଦରତାକୁ ଏଫିଲ ଟାୱାର ନଷ୍ଟ କରିଦେବ ବୋଲି ଅନେକ କହିଥିଲେ। ଏଫିଲ ଟାୱାର ନାମ ଡିଜାଇନର ଗୁସ୍ତାଫ ଏଫିଲ ନାମରେ ରଖାଯାଇଥିଲା। ଗୁସ୍ତାଫ ହିଁ ଏହି ଟାୱାର ଡିଜାଇନ୍ ପ୍ରସ୍ତୁତ କରିଥିଲେ।

ଏଫିଲ ଟାୱାର ଉଚ୍ଚତା ପାଣିପାଗ ଅନୁସାରେ ବଦଳୁଥାଏ। ଗରମରେ ଧାତୁର ବିସ୍ତାର କାରଣରୁ ଏହାର ଉଚ୍ଚତା ପ୍ରାୟ ୬ ଇଞ୍ଚ ପର୍ଯ୍ୟନ୍ତ ବଢ଼ିଯାଏ। ଏଫିଲ ଟାୱାରର ଓଜନ ପ୍ରାୟ ୧୦.୧୦୦ ଟନ। ଏହାକୁ ୧୮.୦୩୮ ଲୁହା ଖଣ୍ଡରେ ତିଆରୀ କରାଯାଇଛି। ଏହାକୁ ଯୋଡ଼ିବା ପାଇଁ ୨.୫ ମିଲିୟନ ରିବଟ୍ସର ଉପଯୋଗ କରାଯାଇଛି।

ଏଫିଲ ଟାୱାରକୁ ଜଙ୍କରୁ ରକ୍ଷା କରିବା ପାଇଁ ପ୍ରତି ସାତ ବର୍ଷରେ ଥରେ ରଙ୍ଗ କରାଯାଏ। ବ୍ରାଉନ କଲରରେ ଏହି ଏଫିଲ ଟାୱାରକୁ ରଙ୍ଗ କରାଯାଏ। ଯେତେବେଳେ ଏହାର ନିର୍ମାଣ କରାଗଲା ସେତେବେଳେ ଏଫିଲ ଟାୱାର ଦୁନିଆରୁ ସବୁଠୁ ଉଚ୍ଚ ଟାୱାର ଥିଲା। ଏହା ୧୯୩୦ରେ ନ୍ୟୁୟର୍କରେ କ୍ରିଷ୍ଟଲ ବିଲ୍ଡି ହେବା ପର୍ଯ୍ୟନ୍ତ ଏହା ସବୁଠାରୁ ଉଚ୍ଚ ଥିଲା।

ଏଫିଲ ଟାୱାର ଉଚ୍ଚତା ୩ ମହଲା କୋଠା ପରି। ତୃତୀୟ ମହଲାକୁ ଯିବାକୁ ହେଲେ ଲିପ୍ଟ ସାହାର୍ଯ୍ୟରେ ଯିବାକୁ ପଡ଼େ। ଯେତେବେଳେ ହିଟଲର ପ୍ୟାରିସ ଉପରେ ଅକ୍ତିଆର କରିଥିଲେ ସେତେବେଳେ ଫ୍ରାନ୍ସ ଏଫିଲ ଟାୱାରର ଲିଫ୍ଟ ତାର କାଟି ଦେଇଥିଲେ। ଯାହା ପାଇଁ ହିଟଲରକୁ ପାଦରେ ଚାଲିବାକୁ ପଡ଼ିଥିଲା। ହିଟଲର ଏଫିଲ ଟାୱାର ଉପରେ କେବେ ଚଢ଼ି ନଥିଲେ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *