ଚୀନ ହସ୍ପିଟାଲରେ ବଢ଼ୁଛି ରୋଗୀଙ୍କ ସଂଖ୍ୟା

ନୂଆଦିଲ୍ଲୀ: କରୋନା ମହାମାରୀର ୫ ବର୍ଷ ପରେ ଚୀନ୍‌ରେ ପୁଣି ଆତଙ୍କ ଖେଳାଇଲାଣି ଆଉ ଏକ ରହସ୍ୟମୟ ଭାଇରସ୍‌ । ଏହି ଭାଇରସ୍ ର ନାଁ ହେଉଛି ‘ହ୍ୟୁମାନ ମେଟାନ୍ୟୁମୋ ଭାଇରସ୍’ ବା ଏଚଏମପିଭି । ଏହି ନୂଆ ଭୂତାଣୁକୁ ନେଇ ଏବେ ଚିନ୍ତାରେ ପଡିଛି ଚୀନ । ବର୍ତ୍ତମାନ ସୁଦ୍ଧା ଚୀନରେ ୭,୮୩୪ଟି ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ବେଳେ ସେଥିମଧ୍ୟରୁ ୧୭୦ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଏଥିରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭିଡ଼ ଜମିଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କରୋନା ଭଳି ଏଚଏମପିଭି ମଧ୍ୟ ଶ୍ବାସକ୍ରିୟାକୁ ସଂକ୍ରମିତ କରୁଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଭୂତାଣୁ ଦ୍ରୁତବେଗରେ ସଂକ୍ରମିତ ହେଉଛି। ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ଏପରି କି ଚୀନ ସରକାର ଏଥିପାଇଁ ଜରୁରୀପରିସ୍ଥିତି ଘୋଷଣା କରିଥିବା କେତେକ ସାମାଜିକ ଗଣମାଧ୍ୟମରେ କୁହାଯାଇଛି। ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଚୀନର କେତେକ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍‌ ଚିହ୍ନଟ କରାଯାଇଛି। ଏପରିକି ବିଭିନ୍ନ ରାଜ୍ୟ ସୀମାକୁ ବନ୍ଦ କରାଯାଇଛି। ତେବେ ଏ ନେଇ ଚୀନ୍‌ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

ରିପୋର୍ଟ ଅନୁସାରେ, ଡିସେମ୍ବର ୧୬ରୁ ୨୨ ତାରିଖ ମଧ୍ୟରେ ଏହି ଭୂତାଣୁ ସଂକ୍ରମଣ ଆରମ୍ଭ ହୋଇଛି। ଚୀନର ରୋଗ ନିୟନ୍ତ୍ରଣ ଏବଂ ନିରୋଧକ ପ୍ରାଧିକରଣ ଏହି ମାମଲାର ଯାଞ୍ଚ କରିବା ସହ ଲ୍ୟାବ୍ ରିପୋର୍ଟିଂ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ତେବେ ଏଥିରେ ଆକ୍ରାନ୍ତ ଲୋକଙ୍କର ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେଉଛି । ସଂକ୍ରମିତଙ୍କଠାରେ ଫ୍ଲୁ ଭଳି ଲକ୍ଷଣ ଦେଖାଯାଉଛି। କରୋନା ଭଳି ଜ୍ବର ଆସୁଥିବା କୁହାଯାଉଛି। ସ୍ବାସ୍ଥ୍ୟା ଅଧିକାରୀ ସ୍ଥିତି ଉପରେ ନଜର ରଖିଛନ୍ତି। ଏକ ମିଡିଆ ରିପୋର୍ଟ ଅନୁସାରେ ଏହି ଭାଇରାସ ପ୍ରଥମେ ୨୦୦୧ରେ ଚିହ୍ନଟ ହୋଇଥିଲା । ଏହା ସାଧାରଣତଃ ୧୪ ବର୍ଷରୁ କମ ବୟସର ପିଲା ମାନଙ୍କ ଠାରେ ଦେଖାଦିଏ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *