ମୁମ୍ବାଇ: ୟୁଟୁବର, ଡ୍ୟାନ୍ସର ତଥା କୋରିଓଗ୍ରାଫର ଧନଶ୍ରୀ ବର୍ମା- ଖେଳାଳୀ ୟୁଜବେନ୍ଦ୍ର ଚହଲଙ୍କ ବିବାହ ବିଚ୍ଛେଦ ଖବରକୁ ନେଇ ଚର୍ଚ୍ଚା ଜୋର ଧରିଲାଣି। ଦାବି କରାଯାଉଛି ଧନଶ୍ରୀ ଏବଂ ୟୁଜବେନ୍ଦ୍ର ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ କରିଛନ୍ତି। ଏହାରି ଭିତରେ ୟୁଜବେନ୍ଦ୍ର ତାଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯାହା ତାଙ୍କ ଜୀବନରେ ଚାଲିଥିବା ସମସ୍ୟାକୁ ପରୋକ୍ଷରେ ଦର୍ଶାଉଛି।
ସେହି ପୋଷ୍ଟ ଜରିଆରେ କ୍ରିକେଟର ଯନ୍ତ୍ରଣା, ଚରିତ୍ର ଏବଂ ଯାତ୍ରା ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ ଲୋକମାନେ ସେମାନଙ୍କର ପିତାମାତାଙ୍କୁ ଗର୍ବିତ ଅନୁଭବ କରିବା ଉଚିତ କାରଣ ଏଥିପାଇଁ ସେମାନେ କଠିନ ପରିଶ୍ରମ କରିଛନ୍ତି ।
ୟୁଜବେନ୍ଦ୍ର ପୋଷ୍ଟରେ ଲେଖିଛନ୍ତି- ‘କଠିନ ପରିଶ୍ରମ ଲୋକଙ୍କ ଚରିତ୍ରକୁ ଆଲୋକିତ କରିଥାଏ । ତୁମେ ତୁମର ଯାତ୍ରା ଜାଣିଛ । ତୁମେ ତୁମର ଯନ୍ତ୍ରଣା ଜାଣିଛ । ଆପଣ ଜାଣନ୍ତି ଏଠାରେ ପହଞ୍ଚିବା ପାଇଁ ଆପଣ କ’ଣ କରିଛନ୍ତି । ଦୁନିଆ ଜାଣେ । ଆପଣ ଉଚ୍ଚରେ ଠିଆ ହୋଇଛନ୍ତି । ତୁମ ବାପା ଏବଂ ମାତାଙ୍କୁ ଗର୍ବିତ କରିବା ପାଇଁ ତୁମେ କଠିନ ପରିଶ୍ରମ କରିଛ । ସବୁବେଳେ ଗର୍ବିତ ପୁଅ ପରି ଛାତି ଫୁଲାଇ ରୁହ। ଏହି କ୍ରିକେଟର ପୋଷ୍ଟ ସହିତ ଏକ ହାତ ଯୋଡ଼ା ଯାଇଥିବା ଇମୋଜି ମଧ୍ୟ ପୋଷ୍ଟ କରିଛନ୍ତି।
୨୦୨୩ ମସିହାରେ ମଧ୍ୟ ଧନଶ୍ରୀ ଏବଂ ୟୁଜବେନ୍ଦ୍ରଙ୍କ ଛାଡପତ୍ର ବିଷୟରେ ଏକ ଗୁଜବ ପ୍ରଚାରିତ ହୋଇଥିଲା। ଧନଶ୍ରୀ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ‘ଚହଲ’ ଉପନାମ ହଟାଇ ଦେଇଥିଲେ, ଯାହା ପରେ ତାଙ୍କ ଛାଡପତ୍ର ଗୁଜବ ପ୍ରଚାରିତ ହୋଇଛି। ତେବେ ୟୁଜବେନ୍ଦ୍ର ଚହଲ ଏହି ଗୁଜବକୁ ପ୍ରତ୍ୟାଖ୍ୟାନ କରି ପ୍ରଶଂସକମାନଙ୍କୁ ଏପରି ଗୁଜବ ପ୍ରଚାର ନକରିବାକୁ ନିବେଦନ କରିଥିଲେ। ଧନଶ୍ରୀ ବର୍ମା ଏବଂ ୟୁଜବେନ୍ଦ୍ର ଚହଲ ଡିସେମ୍ବର ୨୨, ୨୦୨୦ ରେ ବିବାହ କରିଥିଲେ। ଗୁରୁଗାଓଁରେ ଏକ ବ୍ୟକ୍ତିଗତ ସମାରୋହରେ ଏହି ଦମ୍ପତି ବିବାହ କରିଥିଲେ।