ବୟଫ୍ରେଣ୍ଡ ସହ ଧାଡ଼ିରେ ଛିଡ଼ା ହୋଇଥିବା ଆସିଲେ ନଜର

ମୁମ୍ବାଇ: ବଲିଉଡର ଅଭିନେତ୍ରୀ ଜାହ୍ନବୀ କପୁର ଶନିବାର ଦିନ ତାଙ୍କ ବୟଫ୍ରେଣ୍ଡ ସହ ତିରୁପତିଙ୍କ ଦର୍ଶନ କରିଥିଲେ। ଧାଡ଼ିରେ ଯାଇ ତିରୁପତି ମନ୍ଦିରରେ ଭଗବାନ ଭେଙ୍କେଟେଶ୍ୱରଙ୍କୁ କରିଥିଲେ ଦର୍ଶନ। ଏହି ସମୟରେ ଦୁଇଜଣ ପାରମ୍ପରିକ ପୋଷାକ ପିନ୍ଧିଥିବା ମଧ୍ୟ ଦେଖିବାକୁ ମିଳିଥିଲା।

ଜାହ୍ନବୀ ସାଉଥ ଷ୍ଟାଇଲର ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଜାହ୍ନବୀଙ୍କ ବୟପ୍ରେଣ୍ଡ ଦକ୍ଷିଣ ଭାରତର ପାରମ୍ପରିକ ପୋଷାକ ଧୋତି, ଗାମୁଛା ପିନ୍ଧିଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଦୁହିଁଙ୍କୁ ଦେଖିବା ପାଇଁ ତିରୁପତି ମନ୍ଦିର ପରିସରରେ ଅନେକ ଲୋକଙ୍କ ଭିଡ଼ ଲାଗିଥିଲା। ପ୍ରଭୁ ଭେଙ୍କେଟେଶ୍ୱରଙ୍କୁ ଦଣ୍ଡବତ କରି ପ୍ରଣାମ କରିଥିଲେ ଜାହ୍ନବୀ।

କିଛି ମାସ ପୂର୍ବରୁ ଜାହ୍ନବୀ-ଶିଖର ପହାଡିୟାଙ୍କୁ ଡେଟ କରୁଛନ୍ତି। ଦୁହେଁ ପରସ୍ପରକୁ ପିଲାବେଳୁ ଜାଣିଛନ୍ତି। ଜାହ୍ନବୀ ଶିଖରଙ୍କ ନାମରେ ଏକ ପେଣ୍ଡେଣ୍ଟ ମଧ୍ୟ ପିନ୍ଧିଛନ୍ତି। କୁହାଯାଇଛି ଜାହ୍ନବୀ ବଲିଉଡ୍‌କୁ ଆସିବା ପରେ ଦୁହିଁଙ୍କ ମଧ୍ୟରେ ଦୂରତା ଆସି ଯାଇଥିଲା। କିନ୍ତୁ ପୁଣି ଦୁହେଁ ଏକାଠି ହୋଇଯାଇଥିଲେ। କେବଳ ଜାହ୍ନବୀ ନୁହେଁ ବରଂ ପୁରା ପରିବାର ଶିଖରଙ୍କୁ ପସନ୍ଦ କରନ୍ତି। ଚର୍ଚ୍ଚା ହେଉଛି ୨୦୨୫ରେ ଶେଷ ବେଳକୁ ଏହି ଯୋଡ଼ି ବିବାହ ବନ୍ଧନରେ ବାନ୍ଧିହେବେ। ହେଲେ ଏପର୍ଯ୍ୟନ୍ତ ଏନେଇ କେହି ଘୋଷଣା କରିନାହାଁନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *