କୋର୍ଟଙ୍କ ନିର୍ଦ୍ଦେଶ : ପ୍ରତି ରବିବାର ଥାନାରେ ହାଜର ହେବେ ଅଲ୍ଲୁ ଅର୍ଜୁନ

ଚେନ୍ନାଇ : ପ୍ରତି ରବିବାର ଥାନାରେ ହାଜର ହେବେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ଚାର୍ଜସିଟ ଦାଖଲ ନହେବା ପର୍ଯ୍ୟନ୍ତ କୋର୍ଟ ତାଙ୍କୁ ପ୍ରତି ରବିବାର ପୋଲିସ ଷ୍ଟେଶନରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅଭିନେତା ଅଲ୍ଲୁୁ ଅର୍ଜୁନ ହାଇଦ୍ରାବାଦର ଚିକ୍କଡପାଲି ପୋଲିସ ଷ୍ଟେଶନରୁ ବାହାରିଥିଲେ। ଜାମିନ ସର୍ତ୍ତ ଅନୁଯାୟୀ ତାଙ୍କୁ ଚିକ୍କଡପାଲି ପୋଲିସ ଷ୍ଟେଶନରେ ହାଜର ହେବାକୁ କୁହାଯାଇଥିଲା। ଚାର୍ଜସିଟ ଦାଖଲ ନହେବା ପର୍ଯ୍ୟନ୍ତ କୋର୍ଟ ତାଙ୍କୁ ପ୍ରତି ରବିବାର ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସନ୍ଧ୍ୟା ଥିଏଟର ଘଟଣାରେ କୋର୍ଟଙ୍କ ଦ୍ୱାରା ନିୟମିତ ଜାମିନ ପାଇବା ପରେ ଅଲୁ ଅର୍ଜୁନ ଜାମିନ ରାଶି ନାମ୍ପାଲିର ମହାନଗର ନିଗମ କୋର୍ଟରେ ଜମା କରିଥିଲେ।

ତାଙ୍କ ନିୟମିତ ଜାମିନ ଆବେଦନ ଗତ ୩୦ ତାରିଖରେ ନାମ୍ପାଲୀ କୋର୍ଟରେ ଶୁଣାଣି କରାଯାଇଥିଲା। ସେହି ଦିନ ନିଷ୍ପତ୍ତି ସଂରକ୍ଷିତ କରାଯାଇଥିଲା। ଏହା ପରେ, ଗତ ୩ ତାରିଖରେ, ସନ୍ଧ୍ୟା ଥିଏଟର ମାମଲାରେ କୋର୍ଟ ତାଙ୍କୁ ନିୟମିତ ଜାମିନ ପ୍ରଦାନ କରିଥିଲେ। ପୁଷ୍ପା ୨ଚଳଚ୍ଚିତ୍ରର ପ୍ରିମିୟର ସମୟରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳାଚକଟା ହୋଇଥିଲା ଯେଉଁଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ଅଲୁ ଅର୍ଜୁନଙ୍କୁ ଗିରଫ କରାଯାଇଥିଲା। ନିମ୍ନ ଅଦାଲତ ତାଙ୍କୁ ୧୪ଦିନ ପାଇଁ ନ୍ୟାୟିକ ହେପାଜତ ଦେଇଥିଲେ, କିନ୍ତୁ କିଛି ଘଣ୍ଟା ପରେ ସେ ତେଲଙ୍ଗାନା ହାଇକୋର୍ଟରୁ ଜାମିନ ପାଇଥିଲେ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *