ମୁମ୍ୱାଇ : ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଓ ଅଭିନେତା ଅଭିଷେକ ବଚ୍ଚନ କିଛି ମାସ ହେବ ଚର୍ଚ୍ଚାରେ ଅଛନ୍ତି । ବଲିଉଡର ଏହି ଚର୍ଚ୍ଚିତ ଦମ୍ପତିଙ୍କର ଛାଡ଼ପତ୍ର ହେବାକୁ ଯାଉଛି ବୋଲି ଆଲୋଚନା ହେଉଛି । ଏସବୁ ଭିତରେ ଉଭୟ ଏବେ ଏକ ଫିଲ୍ମରେ ଏକାଠି ନଜର ଆସିବେ । ବରିଷ୍ଠ ନିର୍ଦ୍ଦେଶକ ମଣିରତ୍ନମ ଦୁହିଁଙ୍କୁ ନେଇ ଏକ ହିନ୍ଦୀ ଫିଲ୍ମ ନିର୍ମାଣ କରେିବ। ଏପରି ହେଲେ ଦୁହିଁଙ୍କୁ ନେଇ ମଣିରତ୍ନମଙ୍କ ଏହା ହେବ ତୃତୀୟ ଫିଲ୍ମ।
ପୂର୍ବରୁ ଦୁହିଁଙ୍କୁ ନେଇ ନିର୍ଦ୍ଦେଶକ ମଣିରତ୍ନମ ୨୦୦୭ରେ ‘ଗୁରୁ’ ପରେ ୨୦୧୦ରେ ରାବଣ ଫିଲ୍ମ ନିର୍ମାଣ କରିଥିଲେ। ଆଉ ମଣିରତ୍ନମଙ୍କ ସହିତ ଅଭିଷେକଙ୍କ ଏହା ଚତୁର୍ଥ ଫିଲ୍ମ ହେବ। ୨୦୦୪ରେ ଅଭିଷେକଙ୍କୁ ନେଇ ସେ ”ଯୁବା” ଫିଲ୍ମ କରିଥିଲେ। ଅଭିଷେକ କହିଛନ୍ତି ଯେ, ଯେତେବେଳେ ନିର୍ଦ୍ଦେଶକ ମଣିରତ୍ନମ ପ୍ରଥମ ଥର ପାଇଁ ମୋତେ ‘ଯୁବା’ ପାଇଁ ସାଇନ୍ କରିବାକୁ ଆସିଥିଲେ, ସେତେବେଳେ ମୁଁ ଭାବିଲି ସେ ବାପା (ଅମିତାଭ ବଚ୍ଚନ) କୁ ସାଇନ୍ କରିବାକୁ ଆସିଛନ୍ତି। କିନ୍ତୁ ସେ ମୋତେ ସାଇନ୍ କରିବାକୁ ଚାହୁଁଥିଲେ ଜାଣିବା ପରେ ମୁଁ ଅତ୍ୟଧିକ ଆନନ୍ଦିତ ହୋଇଥିଲି। ଯେକୌଣସି ଅଭିନେତା ମଣିଙ୍କ ସହ କାମ କରିବାକୁ ଚାହିଁବେ। ତେଣୁ ମୁଁ ଗର୍ବିତ ଯେ ସେ ମୋତେ ତାଙ୍କ ସିନେମାର ତିନିଥର ସୁଯୋଗ ଦେଇଛନ୍ତି ।
ନିର୍ଦ୍ଦେଶକ ମଣିରତ୍ନମଙ୍କ ୨୦୦୭ ମସିହାରେ ରିଲିଜ ହୋଇଥିବା ଗୁରୁ ୨୨ କୋଟି ଟଙ୍କାର ବଜେଟ୍ରେ ତିଆରି କରାଯାଇଥିଲା। ଏହି ଫିଲ୍ମ ୱାର୍ଲ୍ଡ ୱାଇଡ୍ ୮୨. ୪୦ କୋଟି ଟଙ୍କାର ବିଜନେସ୍ କରି ଥିଲା। ସେହିପରି ରାବଣ ଭାରତର ବକ୍ସ ଅଫିସରୁ ୨୯.୧୭ କୋଟି ଟଙ୍କାର ଆୟ କରିଥିଲା। ଐଶ୍ୱର୍ଯ୍ୟା ଓ ଅଭିଷେକ ଏବେସୁଦ୍ଧା ଅନେକ ଫିଲ୍ମରେ ନଜର ଆସି ସାରିଛନ୍ତି। ଏଥିରେ ଢାଇ ଅକ୍ଷର ପ୍ରେମ୍ କେ , କୁଚ୍ଛ ନା କହୋ , ଉମରାୱ ଜାନ , ଗୁରୁ , ସରକାର ରାଜ୍ , ରାବଣ , ଧୁମ-୨ ଭଳି ଫିଲ୍ମରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଛି ।