ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବ ଗାଜର ଜୁସ୍‌

ଶୀତ ଋତୁରେ ସମସ୍ତେ ଫିଟ୍ ରହିବା ପାଇଁ ଚାହିଁଥାନ୍ତି । ହେଲେ ଏହି ଋତୁରେ ଅନେକ ପ୍ରକାର ସମସ୍ୟା ଦେଖା ଦେଇଥାଏ । ଯେଉଁ କାରଣରୁ ଲୋକେମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଲୋକେ ବହୁତ କଷ୍ଟ କରିଥାନ୍ତି । ଏହି ଋତୁରେ ସବୁ ପ୍ରକାରର ପନିପରିବା, ଫଳମୂଳ ଇତ୍ୟାଦି ବହୁ ଶସ୍ତା ମୂଲ୍ୟରେ ମିଳିଥାଏ । ଯାହାକୁ କି ଲୋକେମାନେ କିଣିବାରେ କୌଣସି ଅସୁବିଧା ହୋଇ ନଥାଏ । ସବୁ ପ୍ରକାର ପନିପରିବା ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭ ଦାୟକ ହୋଇଥାଏ । ହେଲେ ଆପଣ ଜାଣିଛନ୍ତି କି ଏହି ଋତୁରେ କେଇଁ ପରିବା ଖାଇଲେ ସ୍ୱାସ୍ଥ୍ୟ ଭଲ ରହିବା ସହ ଅନେକ ସମସ୍ୟା ମଧ୍ୟ ଦୂର ହେବ । ତେବେ ଆସନ୍ତୁ ଜାଣିବା ସେହି ପରିବା ବିଷୟରେ ।

ସେହି ପରିବାର ନାମ ହେଉଛି ‘ଗାଜର’ । ଯାହାକୁ ଖାଇଲେ ସ୍ୱାସ୍ଥ୍ୟ ଭଲ ରହିଥାଏ ଏବଂ ଅନେକ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଗାଜରରେ ବହୁତ ପ୍ରକାର ଭିଟାମିନ୍ ରହିଛି ସେଗୁଡିକ ହେଲା- ଭିଟୋମିନ୍ ‘ଏ’, ଫାଇବର, ଭିଟାମିନ କେ-୧, ପୋଟାସିୟମ ଗୁଣ ଭରପୂର ମାତ୍ରାରେ ରହିଛି । ସବୁଠାରୁ ଖାସ୍ କଥା ହେଉଛି ଯଦି ଆପଣ ସୁସ୍ଥ ରହିବା ପାଇଁ ଚାହୁଁଛନ୍ତି ତେବେ ପ୍ରତ୍ୟେକ ଦିନ ଗାଜରରେ ସାଲାଡ୍ ପ୍ରସ୍ତୁତି କରି ଖାଆନ୍ତୁ । ଏହା ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ, ଖାଲି ସ୍ୱାସ୍ଥ୍ୟ ନୁହେଁ ବରଂ ତ୍ୱଚ୍ଚାରେ ମଧ୍ୟ ଚମକ ସୃଷ୍ଟି ହୋଇଥାଏ ।
ଏହାସହ ଆପଣମାନେ ଜାଣିଛନ୍ତି କି ଗାଜରରେ ଜୁସ୍ ପ୍ରସ୍ତୁତି କରାଯାଏ । ଏହି ଜୁସକୁ ପିଇବା ଫଳରେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବା ସହ ଅନେକ ଲାଭ ମିଳିବ ।
ଯଦି ଆପଣ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ ରଖିବା ପାଇଁ ଚାହୁର୍ଛନ୍ତି ତେବେ ଗାଜର ଜୁସ୍ ପିଇବା ଆରମ୍ଭ କରନ୍ତୁ । ଖାସ୍ କରି ଶୀତ ଋତୁରେ ଲୋକମାନେ ଦୁର୍ବଳ ହୋଇ ପଡନ୍ତି ଯଦି ଏହି ସ୍ଥିତିରେ ଆପଣ ଗାଜର ଜୁସ୍ ପିଇବେ ତେବେ ଆପଣଙ୍କୁ ବହୁତ ରିଲାକ୍ସ ଲାଗିବା ସହ ସ୍ୱାସ୍ଥ୍ୟ ମଧ୍ୟ ବହୁତ ଭଲ ରହିବ । ଏହା ବ୍ୟତୀତ ଗାଜର ଜୁସ୍ ରକ୍ତଚାପକୁ ନିୟନ୍ତ୍ରଣ କରେ।

ଫାଇବରରେ ଭରପୂର ଏହି ଜୁସ୍ ଆପଣଙ୍କ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ପ୍ରଭାବଶାଳୀ ହୋଇଥାଏ । କୋଷ୍ଠକାଠିନ୍ୟ ପରି ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ଦେଇଥାଏ । ଏହା ବ୍ୟତିତ ଗାଜର ଜୁସ୍ ଆପଣଙ୍କ ଷ୍ଟେସ୍ କମ୍ କରିବାରେ ସାହାଯ୍ୟ କରିବ ।
ଗାଜର ରସ ପିଇବା ଫଳରେ ଆପଣଙ୍କ ଆଖିର ପାୱାର ବଢ଼ିଥାଏ । ଏହାସହ ଏହି ରସ ତ୍ୱଚା ପାଇଁ ମଧ୍ୟ ବହୁତ ଲାଭ ଦାୟକ ହୋଇଥାଏ । ଏହାକୁ ପ୍ରତ୍ୟେକ ଦିନ ପିିଇଲେ ସ୍କିନ୍ ଗ୍ଲୋ କରିବା ଆରମ୍ଭ କରିବ । ଯଦି ଆପଣ ଏହି ଋତୁରେ ସୁସ୍ଥ ରହିବା ପାଇଁ ଚାହୁଁଛନ୍ତି ତେବେ ପ୍ରତ୍ୟେକ ଦିନ ଗାଜର ଜୁସ୍ ପିଇବା ନିହାତି ଆବଶ୍ୟକ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *