ମୁମ୍ବାଇ: ରିଲିଜ ହେଲା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ସ୍କାଇ ଫୋର୍ସ’ର ଟ୍ରେଲର। ଟ୍ରେଲରେ ଅକ୍ଷୟ କୁମାରଙ୍କ ଜବରଦସ୍ତ ଏଣ୍ଟ୍ରି ଦେଖିବାକୁ ପାଇଛନ୍ତି ଦର୍ଶକ। ଏହା ସହ ଫିଲ୍ମ ଟ୍ରେଲରେ ବୀର ପହାଡିୟାଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି। ଟ୍ରେଲର ଲଞ୍ଚରେ ଅଭିନେତା ଦୁହେଁ ବୁଲେଟରେ ଦମଦାର ଏଣ୍ଟ୍ରି କରିଛନ୍ତି । ବ୍ଲାକ କଲର ସାର୍ଟ ସହ ଗ୍ରେ ବ୍ଲେଜର ପିନ୍ଧି ଥିଲେ ଅକ୍ଷୟ । ଏହା ସହ ବ୍ଲାକ ଜୋତା ସହ ବ୍ଲାକ ଚଷମାରେ ବହୁତ ଭଲ ଦେଖାଯାଉଥିଲେ ।
ସ୍କାଏ ଫୋର୍ସ ଫିଲ୍ମରେ ଅକ୍ଷୟ କୁମାର ୱିଙ୍ଗ କମାଣ୍ଡର କେ, ଓ ଆହୁଜାଙ୍କ ଚରିତ୍ରରେ ନଜର ଆସିବେ। ସେହିପରି ବୀର ପାହାଡିୟା ଟି ବିଜୟ ଚରିତ୍ରରେ ଫିଲ୍ମରେ ନଜର ଆସିବେ।
ଏଥିରେ ରହିଛି କିଛି ନୂଆ କାହାଣୀ, ଯାହା ବାୟୁ ସେନାର ବୀରତ୍ୱ ଓ ସୌର୍ୟ୍ୟକୁ ପ୍ରଦର୍ଶନ କରିଛି। ୧୯୬୫ ଯୁଦ୍ଧରେ କିପରି ପାକିସ୍ତାନ ସେନାକୁ ଧୂଳି ଚଟାଇଥିଲେ ଭାରତର ବାୟୁ ବୀର, ତାସହ ଫିଲ୍ମରେ ଅନେକ ରହସ୍ୟ ଓ ରୋମାଞ୍ଚ ଭରି ରହିଛି। ଏଥିରେ ଅକ୍ଷୟ କୁମାରଙ୍କ ସହ ଡେବ୍ୟୁ କରୁଛନ୍ତି ବୀର ପାହାଡ଼ିଆ। ସେହିଭଳି ଅଭିନେତ୍ରୀ ସାରା ଅଲ୍ଲୀ ଖାନ ମଧ୍ୟ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ସିନେମାଟି ଆସନ୍ତା ଜାନୁଆରୀ ୨୪ ତାରିଖରେ ରିଲିଜ୍ ହେବ। ଗତ କିଛି ବର୍ଷ ଧରି ଅକ୍ଷୟଙ୍କ ଗୋଟିଏ ପରେ ଗୋଟିଏ ଫିଲ୍ମ ଫ୍ଲପ୍ ହୋଇଛି। ତେଣୁ ଏହି ସିନେମା ଉପରେ ବିଶେଷ ନଜର ରହିବ।
ଏହି ଇଭେଣ୍ଟ ଅବସରରେ ଅକ୍ଷୟ କୁମାର ଆଗକୁ ଆସୁଥିବା ନିଜ ଫିଲ୍ମ ସମ୍ପର୍କରେ ସମସ୍ତଙ୍କୁ ଜଣାଇ ଦେଇଥିଲେ । ସେ ଏହି ଫିଲ୍ମରେ ଅମର କୌଶିକଙ୍କ ହରର କମେଡି ସ୍ତ୍ରୀ ଥ୍ରୀରେ ସେ ଏଣ୍ଟ୍ରି କରିଥିଲେ । ଅକ୍ଷୟ କଣ ଦିନେଶ ବିଜାନଙ୍କ ହରର କମେଡି ୟୁନିଭର୍ସରେ ଏକ ଅଂଶ ହେବେକି ବୋଲି ତାଙ୍କୁ ପ୍ରଶ୍ନ ପଚାରାଯାଇଥିଲା ଅକ୍ଷୟ କହିଛନ୍ତି ମୁଁ କଣ କହିପାରିବି ..ଦିନେଶ ଏବଂ ଜ୍ୟୋତିଙ୍କୁ ଏହି ବିଷୟରେ ସ୍ଥିର କରିବାକୁ ପଡିବ ଯେହତୁ ସେମାନେ ଏହି ଫିଲ୍ମ ପାଇଁ ଟଙ୍କା ଲଗାଇବାକୁ ଯାଉଛନ୍ତି ।
ଅମର କୌଶିକ ଏହା କରିବାକୁ ଯାଉଛନ୍ତି । ଏହାପରେ ଦିନେଶ ଭିଜାନ ଏଥିରେ ନିଜର ମୋହର ଲଗାଇ କହିଥିଲେ ଏହା ୟୁନିଭରର୍ସର ଏକ ଅଂଶ ଅଟେ । ଅକ୍ଷୟ କୁମାର ଏହି ସମୟରେ କହିଥିଲେ ୨୦୨୫ ରେ ତାଙ୍କର ୩ ଟି ଫିଲ୍ମ ପରଦାରେ ଆସିବାକୁ ଯାଉଛି ଏହି ସମ୍ପର୍କରେ କହିଥିଲେ । ସେଥିମଧ୍ୟରେ ସ୍କାଇ ଫୋର୍ସ, ଜଲି ଏଲ ଏଲ ବି ୩,ଏବଂ ହାଉସଫୁଲ ୫ ଏହି ବର୍ଷ ରିଲିଜ ହେବାକୁ ଯାଉଛି । ସ୍କାଇ ଫୋର୍ସର କଥା କହିବା ତାହେଲେ ଅକ୍ଷୟ କୁମାର ୱିଣ୍ଡ କମାଣ୍ଡର ଆହୁଜାଙ୍କ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । ସେ ବୀର ପାହାଡିଆ ଟି ବିଜୟ ଭୂମିକାରେ ନଜର ଆସିବେ ।