ସୋସିଆଲ ମିଡିଆରେ ଫଟୋ କଲେ ସେୟାର

ମୁମ୍ବାଇ: ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କୁ ଦେଶ ବୁଲିବା ବହୁତ ପସନ୍ଦ। ଏହା ସହ ସାରା ବହୁତ ଆଧାତ୍ମିକବାଦୀ। ଅଭିନେତ୍ରୀ ପ୍ରାୟ ସମୟ ମନ୍ଦିର ଦର୍ଶନ କରିବାର ଫଟୋ ସେୟାର କରନ୍ତି। ଏହି ବର୍ଷ ବର୍ଷର ପ୍ରଥମ ସୋମବାରର ଆରମ୍ଭ ମଲ୍ଲିକାର୍ଜ୍ଜୁନ ଜ୍ୟୋତିର୍ଲିଙ୍ଗ ମନ୍ଦିର ଦର୍ଶନ କରି କରିଛନ୍ତି। ମହାଦେବଙ୍କୁ ଦର୍ଶନ କରିବାର ଫଟୋ ସେ ସୋସିଆଲ ମିଡିଆ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି।

ସାରା ଅଲ୍ଲୀ ଖାନ୍ ମହାଦେବଙ୍କ ଜଣେ ଭକ୍ତ। ଅଭିନେତ୍ରୀ ବର୍ଷର ପ୍ରଥମ ସୋମବାରରେ ଭୋଳେବାବାଙ୍କ ଶରଣ ନେଇଥିବା ଦେଖିବାକୁ ମିଳିଛି। ଆନ୍ଧ୍ରପ୍ରଦେଶର ଶ୍ରୀଶେଲମ ମଲ୍ଲିକାର୍ଜ୍ଜୁନ ଜ୍ୟୋତିର୍ଲିଙ୍ଗ ମନ୍ଦିରରେ ଭଗବାନଙ୍କ ପ୍ରଣାମ କରିଛନ୍ତି।

ସାରା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମନ୍ଦିର ପରିଦର୍ଶନ କରିବାର ଫଟୋ ସେୟାର କରିଛନ୍ତି। ଫଟୋରେ ଅଭିନେତ୍ରୀ ସାରା ମଥାରେ ଚନ୍ଦନର ତିଲକ ଲଗାଇଥିବା ଦେଖିବାକୁ ମିଳିଛି। ଧଳା ରଙ୍ଗର ସାଲୁୱାରରେ ମଥାରେ ଓଢ଼ଣୀ ପକାଇଥିବା ସାରାଙ୍କୁ ଦେଖିବାକୁ ମିଳିଛି।

ଅଭିନେତ୍ରୀ ତାଙ୍କ ଫଟୋ ସେୟାର କରି କ୍ୟାପସନରେ ଲେଖିିଥିଲେ ସାରାଙ୍କ ବର୍ଷର ପ୍ରଥମ ସୋମବାର, ଜୟ ଭୋଲେନାଥ। ଅଭିନେତ୍ରୀଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ପ୍ରଶଂସକ ମଧ୍ୟ ତାଙ୍କ ଫଟୋର ଢ଼େର ପ୍ରଶଂସା କରିଛନ୍ତି।

ନିକଟରେ ସାରା ଅଲ୍ଲୀ ଖାନ୍‌ଙ୍କ ସ୍କାଏ ଫୋର୍ସ ଚଳଚ୍ଚିତ୍ର ରିଲିଜ ହେବ। ଅକ୍ଷୟ କୁମାର, ବୀର ପାହାଡିଆଙ୍କ ସହ ସ୍କିନ୍ ସେୟାର କରିବାର ନଜର ଆସିବେ ସାରା। ଏହା ପରେ ଆୟୁଷ୍ମାନ ଖୁରାନାଙ୍କ ସହ କମେଡି ଫିଲ୍ମରେ ନଜର ଆସିବେ ସାରା।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *