ନୂଆଦିଲ୍ଲୀ: କୋଭିଡ ମହାମାରୀ ପରେ ପୁଣି ଏକ ସଂକ୍ରାମକ ଭୂତାଣୁ ହ୍ୟୁମାନ ମେଟାନ୍ୟୁମୋ ଭାଇରସ(ଏଚଏମପିଭି)ଚିନ୍ତା ବଢାଇଛି। ଭାରତର ୪ ରାଜ୍ୟରେ ୬ ଆକ୍ରାନ୍ତ ଚିହ୍ନଟ ପରେ ଲୋକେ ଚିନ୍ତିତ ହେବା ସହିତ ଭୟଭୀତ ହୋଇପଡ଼ିଛନ୍ତି । ଆଗକୁ ଲକ୍ଡାଉନ ଲାଗୁ ହେବ କି ବୋଲି ଆଶଙ୍କା ବଢିଛି।
ବେଙ୍ଗାଲୁରୁରେ ୨ ଶିଶୁ, ଚେନ୍ନାଇରେ ୨ ଏବଂ ଅହମ୍ମଦାବାଦରେ ଜଣେ ୨ ମାସର ଶିଶୁ ଏଚଏମପିଭିରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି କୋଲକାତାରେ ମଧ୍ୟ ୬ ମାସର ଶିଶୁ ଶରୀରରେ ଏଚଏମପିଭି ଚିହ୍ନଟ ହୋଇଛି। ଦେଶରେ ଏଚଏମପିଭ ଆକ୍ରାନ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କର ବିଦେଶ ଭ୍ରମଣ ସହ କୌଣସି ସମ୍ପର୍କ ନାହିଁ। ଭାରତ ସମେତ ସାରା ବିଶ୍ୱରେ ଏହି ଭୂତାଣୁ ପୂର୍ବରୁ ବ୍ୟାପିଥିଲା। ବିଭିନ୍ନ ଦେଶରେ ଶ୍ୱାସକ୍ରିୟାଜନିତ ରୋଗ ବିଭିନ୍ନ ସମୟରେ ଚିହ୍ନଟ ହୋଇଥାଏ ବୋଲି ମନ୍ତ୍ରଣାଳୟ କହିଛି।