ଭୋପାଳ: ପ୍ରତ୍ୟେକ ରାଜ୍ୟରେ ଭିନ୍ନ ଭିନ୍ନ ପରମ୍ପରା ରହିଛି । ଲମ୍ବା ସମୟ ଧରି ପିଢି ପରେ ପିଢି ଏହି ପରମ୍ପରାକୁ ପାଳନ କରି ଆସିଥାନ୍ତି । ଏବେ ଠିକ୍ ସେମିତି ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି । ଜଣେ ୧୨ ବର୍ଷର ବାଳକ ବିବାହ କରିବା ପାଇଁ ଛେଳି ପିଠିରେ ବସି ମଣ୍ଡପ ଆସିଛନ୍ତି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ମଧ୍ୟପ୍ରଦେଶ ଟିକମଗଢରୁ ଏମିତି ଅଜବ ଘଟଣା ସାମନାକୁ ଆସିଛି ।
ଟିକମଗଢର ଜଣେ ୧୨ ବର୍ଷର ବାଳକର ହୋଇଛି ବାହାଘର। ତେବେ ଏ ବାହାଘରରେ ପରିବାରର ସହମତି ମଧ୍ୟ ରହିଛି । ତେଣୁ ବରଯାତ୍ରୀ ଧରି ଛେଳି ପିଠିରେ ବସି ବର କନ୍ୟା ଘରେ ପହଞ୍ଚିଥିଲା । ବାହାଘରରେ ଘର ଲୋକଙ୍କ ସହ ପ୍ରିୟଜନ ବି ନାଚରେ ମସଗୁଲ ରହିଥିବା ଦେଖିବାକୁ ମିଳିଛି । ବାସ୍ତବରେ, ଲୋହିଆ ଜାତିରେ ଏମିତି ନିଆରା ରୀତିନୀତି ରହିଛି । ଯେଉଁଥିରେ ୧୨ ବର୍ଷର ପୁଅର କାନ ଫୋଡ଼ାଯାଏ । ଯାହାପାଇଁ କୁନି ପୁଅକୁ ବର ବେଶରେ ସଜେଇ ଛେଳି ପିଠିରେ ବସେଇ ନିଆଯାଏ ବରଯାତ୍ରୀ ।
ସ୍ଥାନୀୟ ଲୋକଙ୍କ କହିବା କଥା ହେଲା, ଏ ପରମ୍ପରା ୪୦୦ ବର୍ଷ ପୁରୁଣା । ଲୋହିଆ ଜାତିର ଲୋକେ ଖୁବ୍ ଜାକଜକମରେ ଏ ରୀତିକୁ ପୂରା କରିଥାନ୍ତିି । ସେମାନଙ୍କ ଜାତିରେ ୧୮ ବର୍ଷ ପୂର୍ବରୁ ଘରର ବଡ଼ ପୁଅର କାନ ଫୋଡ଼ାଯିବାର ନିୟମ ରହିଛି । ତେବେ ସୋସିଆଲ ମିଡିଆରେ ଭିଡିଓଟି ଖୁବ୍ ଭାଇରାଲ ହେବାରେ ଲାଗିଛି ।