ମୁମ୍ବାଇ: ରିଲିଜ ହୋଇଛି ‘ଆଜାଦ’ ଫିଲ୍ମର ଟ୍ରେଲର। ଟ୍ରେଲରରେ ଫିଲ୍ମର ଇଂରାଜୀ ସମୟର କାହାଣୀ ଦେଖିବାକୁ ମିଳିଛି। ଯେଉଁଥିରେ ଆଜାଦ ନାମକ ଏକ ଘୋଡ଼ା ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଆସିଥିବା ଦେଖିବାକୁ ମିଳିବ। ଡାକୁ ବିକ୍ରମ ସିଂର ହେଉଛି ଏହି ଘୋଡ଼ା। ଡାକୁ ବିକ୍ରମ ସିଂର ଭୂମିକାରେ ନଜର ଆସିଛନ୍ତି ଅଜୟ ଦେବଗନ। ଯିଏ ଗାଁଲୋକଙ୍କ ରକ୍ଷା କରୁଥିବେ। ଫିଲ୍ମରେ ରାସା- ଅମନଙ୍କ ଲଭ କେମେଷ୍ଟ୍ରି ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ମେକରର୍ସ ଆଶା ରଖିଛନ୍ତି।
ଏହି ଫିଲ୍ମ ଜରିଆରେ ବଲିଉଡ୍କୁ ଦୁଇ ଷ୍ଟାର କିଡସ୍ ଡେବ୍ୟୁ କରିବାକୁ ଯାଉଛନ୍ତି। ଅଜୟ ଦେବଗନଙ୍କ ଭଣଜା ଅମୟ ଦେବଗନ ଏବଂ ରବିନା ଟଣ୍ଡନଙ୍କ ଝିଅ ରାଶା ଥଡାନି। ଏହି ଦୁଇ ଷ୍ଟାର କିଡସ ଫିଲ୍ମ ଆଜାଦରୁ ତାଙ୍କ କ୍ୟାରିୟର ଆରମ୍ଭ କରିବା ସହ ବଲିଉଡରେ ପାଦ ଦେଇଛନ୍ତି। ଫିଲ୍ମ ଖୁବଶୀଘ୍ର ରିଲିଜ ହେବାକୁ ଥିବା ବେଳେ ଏବେ ଫିଲ୍ମର ଟ୍ରେଲର ରିଲିଜ କରାଯାଇଛି।
ଏହି ଫିଲ୍ମରେ ଅନ୍ୟ ଏକ ପ୍ରେମ କାହାଣୀ ରାଶା ଏବଂ ଅମନଙ୍କ ମଧ୍ୟରେ ଦେଖାଯାଇଛି। ଏଥିରେ ରାଶା ଏକ ରାଜ ପରିବାରର ସଦସ୍ଯ ହୋଇଥିବାବେଳେ ଅମନ ଏକ ସାଧାରଣ ପରିବାରର ସଦସ୍ଯ ଭାବରେ ନଜର ଆସିଛନ୍ତି। ନିକଟରେ ଏହାର ଏକ ଗୀତ ‘ଉଇ ଅମ୍ମା’ ରିଲିଜ୍ ହୋଇଥିଲା। ଯେଉଁଥିରେ ଲୋକମାନେ ରାଶାଙ୍କ ନୃତ୍ୟ ଏବଂ ଗେଟଅପକୁ ବହୁତ ପସନ୍ଦ କରୁଛନ୍ତି। ତେବେ ୨.୪୩ ମିନିଟର ଏହି ଟ୍ରେଲରରେ ନୃତ୍ୟ, ଗୀତ, ହସ, ରୋମାନ୍ସ, ଆକ୍ସନ୍ ସବୁ ଭରପୁର ମାତ୍ରାରେ ଦେଖିବାକୁ ମିଳିଛି। ତେବେ ୨୦୨୫ ଜାନୁଆରୀ ୧୭ରେ ‘ଆଜାଦ’ ଫିଲ୍ମ ରିଲିଜ ହେବାକୁ ଯାଉଛି। ଏହାର ନିର୍ଦ୍ଦେଶନା ଅଭିଷେକ କପୁର କରିଥିବାବେଳେ ରୋନି ସ୍କ୍ରୁୱାଲା ଏବଂ ପ୍ରୟାଗ କପୁର ଏହାର ନିର୍ମାତା