ଜଳିଗଲା ଉଦିତ ନାରାୟଣଙ୍କ ବିଲ୍ଡିଂ: ଚାଲିଗଲା ଜଣଙ୍କର ଜୀବନ

ମୁମ୍ବାଇ: ଜଳିଗଲା ଲୋକପ୍ରିୟ କଣ୍ଠଶିଳ୍ପୀ ଉଦିତ ନାରାୟଣଙ୍କ ବିଲ୍ଡିଂ । ରାତି ପ୍ରାୟ ୯.୧୫ ସମୟରେ ଏପରି ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି ଉଦିତ ନାରାୟଣ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହେଉଛନ୍ତି । ନିଆଁକୁ ଲିଭାଇବା ପାଇଁ ପ୍ରାୟ ୪ ଘଣ୍ଟା ସମୟ ଲାଗିଥିଲା । ଉଦିତ ନାରାୟଣ ଏବଂ ପରିବାର ସମସ୍ତ ସଦସ୍ୟ ସୁରକ୍ଷିତ ଅଛନ୍ତି । କିନ୍ତୁ ଏହି ଘଟଣା ସମସ୍ତଙ୍କୁ ମାନସିକ ସ୍ତରରେ ପ୍ରଭାବିତ କରିଛି । ସୋସିଆଲ ମିଡିଆରେ ଏହି ଅଘଟଣର ଏକ ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି ।

ଅନ୍ଧେରୀ ୱେଷ୍ଟ ଶାସ୍ତ୍ରୀ ନଗରରେ ଥିବା ଉଦିତ ନାରାୟଣଙ୍କ ବିଲ୍ଡିଂର ସ୍କାଇପ୍ୟାନେଲରେ ଅଚାନକ ନିଆଁ ଲାଗିଯାଇଥିଲା । ଏହି ଅଗ୍ନିକାଣ୍ଡରେ ଉଦିତଙ୍କ ପଡ଼ୋଶୀ ପ୍ରାଣ ହରାଇଛନ୍ତି । ଏ ନେଇ ଉଦିତ ନାରାୟଣ କହିଛନ୍ତି ଯେ, ଏହି ଅଗ୍ନିକାଣ୍ଡ ଖୁବ ଭୟଙ୍କର ରହିଥିଲା । ନିଆଁର ପ୍ରକୋପରେ କିଛି ବି ହୋଇପାରିଥାନ୍ତା । ତେବେ ଅଗ୍ନିଶମ କର୍ମଚାରୀ ୪ ଘଣ୍ଟାର ପ୍ରଚେଷ୍ଟା ପରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ । ସେ ‘ଏ’ ୱିଙ୍ଗର ୧୧ ମହଲାରେ ରହୁଛନ୍ତି । କିନ୍ତୁ ନିଆଁ ବି ୱିଙ୍ଗରେ ଲାଗିଥିଲା । ଆମେ ସମସ୍ତେ ତଳକୁ ଚାଲି ଆସିଥିଲୁ । ପ୍ରାୟ ୩-୪ ଘଣ୍ଟା ନିଆଁ ଲିଭିବାକୁ ଅପେକ୍ଷା କରିଥିଲେ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *