ମୁମ୍ବାଇ: ଫିଲ୍ମ କଙ୍ଗୁଆ ବକ୍ସ ଅଫିସରେ ଫେଲ ମାରିଥିଲେ ବି ଓସ୍କାର ତାଲିକାରେ ନିଜ ସ୍ଥାନ ଅକ୍ତିଆର କରି ସାରିଛି। ତାମିଲ ସୁପରଷ୍ଟାର ସୁରିୟା ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିବା ବେଳେ ନେଗେଟିଭ ଚରିତ୍ରରେ ନଜର ଆସିଥିଲେ ବବି ଦେୱଲ। ଗତବର୍ଷ ନଭେମ୍ବରରେ କଙ୍ଗୁଆ ପରଦାକୁ ଆସିଥିଲା। ଫିଲ୍ମ ଆଶା ଅନୁଯାୟୀ ବକ୍ସ ଅଫିସରେ ବ୍ୟବସାୟ କରିପାରିନଥିଲା। ହେଲେ ୨୦୨୫ ଓସ୍କାରରେ ସାମିଲ ହୋଇଛି ଏହି ଫିଲ୍ମ।
ଓସ୍କାର ୨୦୨୫ରେ ‘କଙ୍ଗୁୱା’ ପ୍ରତିଯୋଗୀ ତାଲିକାରେ ସ୍ଥାନ ପାଇଛି, ଯାହା ୩୨୩ଟି ବିଶ୍ୱ ଚଳଚ୍ଚିତ୍ର ସହ ପ୍ରତିଦ୍ୱନ୍ଦ୍ୱିତା କରିବ । ଯାହା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଅନେକ ଲୋକ ଏହି ଫଲ୍ପ ଫିଲ୍ମକୁ ଓସ୍କାର ଯିବାକୁ ନେଇ ଆଶ୍ଚର୍ଯ୍ୟ ଚକିତ ମଧ୍ୟ ହୋଇଛନ୍ତି । ତ ଆଉ କେହି ବହୁତ୍ ଖୁସି ପ୍ରକଟ କରିଛନ୍ତି ।
ଫିଲ୍ମ ଇଣ୍ଡଷ୍ଟ୍ରି ଟ୍ରାକର ମନୋବାଲା ବିଜୟବାଲନ ସୋସିଆଲ ମିଡିଆରେ ଏହି ଖବର ପୋଷ୍ଟ କରି ଲେଖିଛନ୍ତି ଯେ ବ୍ରେକିଂ: ‘କଙ୍ଗୁୱା’ ଓସ୍କାର ୨୦୨୫ରେ ପ୍ରବେଶ କରିଛି । ପ୍ରତିଯୋଗୀଙ୍କ ତାଲିକା ଏବଂ ସୂରିୟାଙ୍କ କଙ୍ଗୁଭା ପୋଷ୍ଟର ମଧ୍ୟ ତାଙ୍କ ପୋଷ୍ଟରେ ଦର୍ଶାଯାଇଛି ।