ଚର୍ଚ୍ଚାରେ କାଠରେ ତିଆରି ନିଆରା ବାଇକ୍

ଅଲୱର : କାଠରେ ତିଆରି ହୋଇଛି ବାଇକ୍ । ତାହାସହିତ ଅନ୍ୟ ବାଇକ୍ ପରି ରାସ୍ତାରେ ବି ଚାଲୁଛି । ଆଉ ସେହି ରାସ୍ତା ଦେଇ ଯାଉଥିବା ଲୋକେ ଏହି ବାଇକ୍‌କୁ ଟିକେ ଦେଖିବା ପାଇଁ ବାଟରେ ଅଟକି ବି ଯାଉଛନ୍ତି । ଏମିତି ଏକ ବାଇକ୍ ତିଆରି କରିଛନ୍ତି ଜଣେ ବ୍ୟବସାୟୀ। ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ବ୍ୟବସାୟୀଙ୍କ ନାଁ ହେଉଛି ଶାହରୁଖ ଖାନ। ରାଜସ୍ଥାନର ଅଲୱର ଜିଲ୍ଲାର ତିଜାରା ରୋଡ୍ ସ୍ଥିତ ଟେଲକୋ ସର୍କିଲ ନିକଟରେ ରହିଛି ତାଙ୍କର ଏକ ଫର୍ଣ୍ଣିଚର ଦୋକାନ। ଶାହରୁଖ ନିଜ କାରିଗରୀର ଏମିତି ପ୍ରଦର୍ଶନ କରିଛନ୍ତି, ଯିଏ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଶାହରୁଖ ୨୦୧୮ମଡେଲର କାଠରେ ଏକ ସୁନ୍ଦର ବାଇକ୍ ପ୍ରସ୍ତୁତ କରିଛନ୍ତି।

ଶାହରୁଖ କହିଛନ୍ତି ଯେ, ୩ ମାସ ପୂର୍ବେ ଯେବେ ତାଙ୍କର ସାଥୀ କାରିଗର ଗୁରୁଗ୍ରାମରେ କାମ କରିବାକୁ ଯାଇ ଥିଲେ, ସେତେବେଳେ ସେ ଏକୁଟିଆ ଦୋକାନରେ ଥିଲେ। ଏହି ସମୟରେ ସେ ତାଙ୍କର ସୋସିଆଲ ମିଡ଼ିଆରେ କାଠର ବୁଲେଟ୍ ବାଇକ୍‌ର ଏକ ଭିଡ଼ିଓ ଦେଖିଲେ। ଏଠାରୁ ପ୍ରେରଣା ପାଇ ସେ କାଠର ବାଇକ୍ ତିଆରି କରିବାକୁ ସ୍ଥିର କଲେ। ଦୁଇରୁ ତିନି ମାସର କଠୋର ପରିଶ୍ରମ ପରେ ଶାହରୁଖ ଓ ତାଙ୍କର ଟିମ୍ ଶିଶମ୍‌ର କାଠ ବ୍ୟବହାର କରି ବାଇକ୍‌କୁ ମଡିଫାଇ କରିଥିଲେ।

ଏହାର ପେଟ୍ରୋଲ ଟାଙ୍କି , ମଡଗାର୍ଡ , ନମ୍ୱର ପ୍ଲେଟ୍‌, ବମ୍ପର , ସାଇଲେନ୍ସର ଓ ଟୁଲ୍ ବକ୍ସ ସବୁ କାଠରେ ତିଆରି ହୋଇଛି। ବାଇକ୍‌ରେ ୱାଟରପ୍ରୁଫ୍ ପଲିସ୍ କରାଯାଇଛି, ଯାହାକି ବର୍ଷାରେ ଏହା ଖରାପ ହେବ ନାହିଁ। ଏହାକୁ ପ୍ରସ୍ତୁତ କରିବାରେ ପାଖାପାଖି ୨୦-୨୫ ହଜାର ଟଙ୍କା ଖର୍ଚ୍ଚ ହୋଇଛି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *