ଦୋକାନରେ ଆଇସକ୍ରିମ ପକାଇ ପ୍ରସ୍ତୁତ କଲେ କୋଲ୍ଡ କଫି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଦୋକାନକୁ ଯାଇ ପ୍ରସ୍ତୁତ କରିଛନ୍ତି କୋଲ୍ଡ କଫି । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରାହୁଲ ନିଜେ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦିଲ୍ଲୀର ପଟେଲ ନଗରର ଏକ ଆଇସକ୍ରିମ ଦୋକାନକୁ ଯାଇଥିଲେ । ପ୍ରଥମେ ଦୋକାନୀଙ୍କ ସୁଖଦୁଃଖ ପଚାରି ବୁଝିଥିଲେ । ପରେ ଦୋକାନ ଭିତରେ ବୁଲି ଦେଖିଥିଲେ । କାଭେଣ୍ଟର୍ସ ବ୍ରାଣ୍ଡର ଆଉଟଲେଟରେ ନିଜେ କୋଲ୍ଡ କଫି ତିଆରି କଲେ । ସେଫମାନଙ୍କର ପରାମର୍ଶ ନେଇ ରାହୁଲ ସବୁ ଜିନିଷ ପକାଇ କୋଲ୍ଡ କଫି ପ୍ରସ୍ତୁତ କରୁଥିବା ଭିଡ଼ିଓରେ ନଜର ଆସିଛନ୍ତି। ରାହୁଲ ଏହାର ଭିଡିଓ ସେୟାର କରିଛନ୍ତି । ଆଉ ଲେଖିଛନ୍ତି, ନୂଆ ପିଢି ଏବଂ ନୂଆ ବଜାର ପାଇଁ ଲିଗାସି ବ୍ରାଣ୍ଡକୁ କିପରି ବଦଳାଇପାରିବେ, ତାହା ମୋତେ ଏଠାକାର ପ୍ରତିଷ୍ଠାତାମାନେ ଶିଖାଇଛନ୍ତି । ଏହାପରେ ସେ ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ ଆମେ ଦେଶକ ବ୍ୟାଙ୍କ କେବଳ ଧନୀ ଏବଂ ବଡ ବ୍ୟବସାୟୀଙ୍କୁ ଋଣ ଦେଉଛନ୍ତି । କିନ୍ତୁ ଛୋଟ ବ୍ୟବସାୟ କରୁଥିବା ଦୋକାନୀଙ୍କୁ ଋଣ ଦେଉନାହାନ୍ତି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *