୬ ମାସ ପରେ ମହାକାଶରୁ ଫେରିଲେ ୩ ଚାଇନା ଆଷ୍ଟ୍ରୋନଟ୍‌

ବେଜିଂ: ମହାକାଶରୁ ଫେରିଲେ ୩ ଚାଇନା ଆଷ୍ଟ୍ରୋନଟ୍ । ଚାଇନାର ଏହି ୩ ମହାକାଶଚାରୀ ଗତ ୬ ମାସ ଧରି ଟିଆନ୍‌ଗୋଙ୍ଗ୍ ମହାକାଶ ଷ୍ଟେଶନରେ ବିତାଇବା ପରେ ସୋମବାର ସୁରକ୍ଷିତ ଭାବେ ପୃଥିବୀକୁ ଫେରି ଆସିଛନ୍ତିି । ଉକ୍ତ ୩ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଥିବା ଜଣାଯାଇଛିି । ଟିଆନ୍‌ଗୋଙ୍ଗ୍ ନିମ୍ନ କକ୍ଷପଥ ମହାକାଶ ଷ୍ଟେଶନର ବିକାଶ ପାଇଁ ଏହି ୩ ମହାକାଶଚାରୀ ସେଠାରେ ରହି ଅନେକ ଗବେଷଣା କରିଛନ୍ତି ।

ମହାକାଶଚାରୀ ୟେ ଗୁଆଙ୍ଗ୍ ଫୁ, ଲି କୋଙ୍ଗ୍ ଓ ଲି ଗୁଆଙ୍ଗ୍‌ସୁଙ୍କୁ ନେଇ ‘ଶେନ୍‌ଝୋଉ-୧୮’ କ୍ୟାପ୍‌ସୁଲ ଉତ୍ତର ଚାଇନାର ଆଭ୍ୟନ୍ତରୀଣ ମଙ୍ଗୋଲିଆ ସ୍ୱୟଂସାୟିତ ଅଞ୍ଚଳର ଡେଙ୍ଗ୍‌ଫେଙ୍ଗ୍ ସାଇଟରେ ଅବତରଣ କରିଛି । ୧୯୨ ଦିନ ମହାକାଶରେ ରହିବା ପରେ ମଧ୍ୟ ଏହି ମିଶନର ୩ କ୍ରିଉ ସଦସ୍ୟଙ୍କର ସ୍ୱାସ୍ଥ୍ୟ ଭଲ ଅଛି । ‘ଶେନ୍‌ଝୋଉ-୧୮’ ମାନବ ମିଶନ ସଫଳ ହୋଇଥିବା ନେଇ ଚାଇନା ମ୍ୟାନ୍‌ଡ ସ୍ପେସ୍ ଏଜେନ୍ସି(ସିଏମ୍‌ଏସ୍‌ଏ) ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ ‘ଶେନ୍‌ଝୋଉ-୧୮’ ମିଶନର କମାଣ୍ଡର ୟେ ଗୁଆଙ୍ଗ୍‌ଫୁ ବର୍ଷକରୁ ଅଧିକ ସମୟ ଧରି ମହାକାଶରେ ରହିଥିବା ଚାଇନାର ପ୍ରଥମ ଆଷ୍ଟ୍ରୋନଟ ହୋଇପାରିଛନ୍ତି । ପୂର୍ବରୁ ୨୦୨୧ ଅକ୍ଟୋବରରୁ ୨୦୨୨ ଏପ୍ରିଲ ପର୍ଯ୍ୟନ୍ତ ସେ ଚାଇନାର ‘ଶେନଝୋଉ-୧୩’ ମିଶନରେ ଜଣେ କ୍ରିଉ ସଦସ୍ୟ ଭାବେ ମହାକାଶରେ ରହିଥିଲେ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *