ଗୋଟିଏ ହାତରେ କ୍ୟାଚ୍ ଧରି ୯୦ ଲକ୍ଷ ଟଙ୍କା ଜିତିଲେ ଦର୍ଶକ

କେପଟାଉନ୍ :ଗୋଟିଏ ହାତରେ ବଲ୍ କ୍ୟାଚ୍ ଧରି ୯୦ ଲକ୍ଷ ଟଙ୍କା ଜିତିଲେ ଦର୍ଶକ । ୨୦୨୫ ଏସ୍‌ଏ୨୦ରେ, ଗୋଟିଏ ହାତରେ ଧରିବା ପାଇଁ ୯୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟସମ୍ୟାନ କେନ ୱିଲିୟମସନଙ୍କ ଛକାରେ ବଲକୁ କ୍ୟାଚ ଧରିଥିଲେ ଗ୍ୟାଲେରିରେ ବସିଥିବା ଜଣେ ଦର୍ଶକ । ଏହାର ଏକ ଭିଡିଓ ଏସ୍‌୨୦ ମାଧ୍ୟମରେ ସେୟାର କରାଯାଇଛି । ଗୋଟିଏ ହାତରେ କ୍ୟାଚ ନେଇଥିବା ବ୍ୟକ୍ତିଙ୍କୁ ପୁରସ୍କାର ଜିତିଥିଲେ ବୋଲି କୁହାଯାଇଛି ।

ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟସମ୍ୟାନ କେନ ୱିଲିୟମସନ ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ଏସ୍‌ଏ୨୦ରେ ନଜର ଆସୁଛନ୍ତି। ଏହି କିୱି ବ୍ୟାଟସମ୍ୟାନ ଟୁର୍ନାମେଣ୍ଟରେ ଡର୍ବାନ ସୁପର ଜଏଣ୍ଟ୍‌୍‌ସ ପାଇଁ ଖେଳୁଛନ୍ତି। ଟୁର୍ନାମେଣ୍ଟର ଦ୍ୱିତୀୟ ମ୍ୟାଚ ଡର୍ବାନ ସୁପର ଜାଏଣ୍ଟ୍ସ ଏବଂ ପ୍ରିଟୋରିଆ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା। ମ୍ୟାଚ୍‌ରେ ସୁପରଜାଏଣ୍ଟ୍ ପ୍ରଥମେ ବ୍ୟାଟିଂ କରି ୨୦୯/୪ ରନ୍‌ରେ ଏକ ବିଶାଳ ସ୍କୋର କରିଥିଲା।

ୱିଲିୟମସନ ୪୦ ବଲରେ ୩ ଚୌକା ଏବଂ ୨ ଛକା ସହାୟତାରେ ଦଳ ପାଇଁ ୬୦ ରନର ସବୁଠାରୁ ବଡ଼ ଇନିଂସ ଖେଳିଥିଲେ। ସେହି ଇନିଂସରେ, ୱିଲିୟମସନ ଲେଗ ସାଇଡ୍‌ରେ ଏକ ଛକା ମାରିଥିଲେ । ବଲଟି ସିଧା ଗ୍ୟାଲେରୀ ଭିତରକୁ ପଶିଗଲା, ଯେଉଁଠାରେ ଜଣେ ଦର୍ଶକ ଗୋଟିଏ ହାତରେ କ୍ୟାଚ ଧରି ପ୍ରାୟ ୯୦ ଲକ୍ଷ ଟଙ୍କା ଜିତିଛନ୍ତି । ଡର୍ବାନ ସୁପର ଜାଏଣ୍ଟ୍ସ ଏବଂ ପ୍ରିଟୋରିଆ କ୍ୟାପିଟାଲ୍ସ ମଧ୍ୟରେ ଏକ କଠିନ ପ୍ରତିଯୋଗିତା ଦେଖାଯାଇଥିଲା। ଉଭୟ ଦଳ ୨୦୦ ରନ ଅତିକ୍ରମ କରିଥିଲେ, କିନ୍ତୁ ଶେଷରେ ଡର୍ବାନ ସୁପରଜାଏଣ୍ଟସ ଜିତିଥିଲା।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *