ପ୍ରେମିକାକୁ ହତ୍ୟା କରି ୮ ମାସ ହେଲା ଫ୍ରିଜ୍‌ରେ ରଖିଥିଲା ପ୍ରେମିକ

ଭୋପାଳ: ପ୍ରେମିକାଙ୍କୁ ହତ୍ୟା କରି ଦୀର୍ଘ ୮ ମାସ ହେଲା ଫ୍ରିଜ୍‌ରେ ରଖିଥିଲା ପ୍ରେମିକ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଦେବାସରେ। ପ୍ରେମିକା ଜଣକ ବିବାହ ପାଇଁ ଚାପ ପକାଇବାରୁ ତାଙ୍କ ସହ ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌ରେ ରହୁଥିବା ତାଙ୍କ ପ୍ରେମିକ ତାଙ୍କୁ ହତ୍ୟା କରିଥିବା ଜଣାଯାଇଛି। କେବଳ ସେତିକି ନୁହେଁ; ହତ୍ୟା କରି ପୁରୁଷ ଜଣକ ମହିଳାଙ୍କ ମୃତଶରୀରକୁ ୮ ମାସ ହେବ ଫ୍ରିଜ୍‌ରେ ରଖିଥିଲେ ବୋଲି ଅଭିଯୋଗ ହୋଇଛି।

ଉଜୈନର ବାସିନ୍ଦା ସଞ୍ଜୟ ପଟିଦାର ପିଙ୍କି ପ୍ରଜାପତିଙ୍କୁ ଭଲ ପାଉଥିଲେ । ଦୁହେଁ ଗୋଟିଏ ଘରେ ୫ ବର୍ଷ ଧରି ଲିଭ୍‌-ଇନ୍ ସମ୍ପର୍କରେ ରହୁଥିଲେ ।ପିଙ୍କି ବିବାହ ପାଇଁ ଚାପ ପକାଉଥିବାରୁ ପଟିଦାର ନିଜ ବନ୍ଧୁଙ୍କ ସହାୟତାରେ ତାଙ୍କର ହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଅଭିଯୁକ୍ତ ସଞ୍ଜୟ ପଟିଦାର ରହୁଥିବା ଭଡ଼ା ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମହିଳାଙ୍କ ଗଳିତ ମୃତଦେହ ଶାଢି ଓ ଗହଣା ପିନ୍ଧିଥିବା ମଧ୍ୟ ଦେଖିବାକୁ ମିଳିଛି। ଜଣାପଡ଼ିଛି ଯେ ତାଙ୍କ ଗଳାରେ ଫାଶି ଲଗା ଯାଇଥିଲା। ଏହାବ୍ୟତୀତ ତାଙ୍କ ନାକ ଓ ବେକକୁ ମିଶାଇ ତାଙ୍କ ଦୁଇ ହାତକୁ ବନ୍ଧା ଯାଇଥିଲା। ପିଙ୍କି ପ୍ରଜାପତିଙ୍କୁ ଗତ ବର୍ଷ ଜୁନ୍ ମାସରେ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରିଛିି।

ମୃତ “ମହିଳାଙ୍କ ବୟସ ୩୦ ବର୍ଷ। ଦୁର୍ଗନ୍ଧ ଆସିବା ପରେ ପଡ଼ୋଶୀମାନେ ଘରମାଲିକଙ୍କୁ ଫୋନ୍ କରିଥିଲେ। ଘର ମାଲିକ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଘର ଖୋଲାଯିବାରୁ ମହିଳାଙ୍କ ମୃତଦେହ ଫ୍ରିଜ୍‌ରୁ ମିଳିଥିଲା, ଯାହାର ସେଲ୍ଫଗୁଡ଼ିକ କାଢ଼ି ଦିଆଯାଇଥିଲା।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *