ନାତିର ଅନ୍ତିମ ସଂସ୍କାର ବେଳେ ନାଚିଲେ ଜେଜେ

ଇଟାଲୀ: ଆତ୍ମୀୟ ସ୍ୱଜନଙ୍କୁ ହରାଇବାର ଦୁଃଖ ଶବ୍ଦରେ ପରିପ୍ରକାଶ କରିହୁଏନି । ସେତେବେଳେ ସବୁ କିଛି ତୁଚ୍ଛ ଲାଗେ । ଦୁଃଖରେ ଭାଙ୍ଗି ପଡିଥିବା ମଣିଷ କଣ କରିବ କଣ ନ କରିବ କିଛି ବୁଝି ପାରେନି । ହେଲେ ଅତି ଆପଣାର ଲୋକଙ୍କୁ ହରାଇ ଲୋକେ କାନ୍ଦୁଥିବାର ଆପଣ ଦେଖିଥିବେ । ତେବେ ନାତିର ବିୟୋଗରେ ଜେଜେ ନାଚୁଥିବା ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ହେଲେ ଏହା ପଛର କାରଣ ଜାଣିଲେ ଆପଣଙ୍କ ଆଖିରୁ ବି ଆପଣା ଛାଏଁ ଲୁହ ଆସିଯିବ ।

ଇଟାଲୀର ଏହି ଭିଡିଓଟି ଏବେ ଭାଇରାଲ୍ ହେବାରେ ଲାଗିଛି । ଯେଉଁଠି ଜଣେ ୧୫ବର୍ଷୀୟ ନାବାଳକର ମୃତ୍ୟୁ ପରେ ତାର ଜେଜେ କଫିନ୍ ନିକଟରେ ଡ୍ୟାନ୍ସ କରିଛନ୍ତି । ଏହି ଭିଡିଓଟି ଭାଇରାଲ୍ ହେବା ପରେ ସେ ସମାଲୋଚନାର ଶିକାର ମଧ୍ୟ ହୋଇଛନ୍ତି । ମାତ୍ର ୬୬ ବର୍ଷୀୟ ଜେଜେ, ଜିନୋ ଜେଣ୍ଟିଲିନ୍ କହିଛନ୍ତି, ଯେ ସେ ନିଜ ନାତିର ଅନ୍ତିମ ସଂସ୍କାରରେ କାହିଁକି ନାଚିଲେ? ପ୍ରକୃତରେ ତାଙ୍କ ନାତିକୁ ଖୁବ ଭଲ ପାଉଥିଲେ । ହେଲେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଲା । ନାତି ତାଙ୍କୁ ସବୁବେଳେ ନାଚିବାକୁ କହୁଥିଲେ । ହେଲେ ସେ ନାଚିପାରି ନ ଥିଲେ । ତାଙ୍କର ଶେଷ ଇଚ୍ଛା ପୂରଣ କରିବା ପାଇଁ ସେ ଅନ୍ତିମ ସଂସ୍କାରରେ ଡ୍ୟାନ୍ସ କରିଥିଲେ । ସେ ଅତି ଭାବବିହ୍ୱଳ ହୋଇ କହିଛନ୍ତି, ମୋତେ ଲାଗିଲା ଯେମିତି ମୋ ନାତି କେଭିନ ମୋତେ ନାଚିବାକୁ କହୁଛି । ମୁଁ ତାର ସ୍ୱର ଅତି ସ୍ପଷ୍ଟ ଭାବେ ଶୁଣି ପାରୁଥିଲି । ଯେତେବେଳେ ମୁଁ ନାଚିସାରିଲି, ସେ ମୋତେ କହିଲା, \’ ଧନ୍ୟବାଦ ଜେଜେବାପା ।\’ ଏବଂ ହଠାତ୍ ମୁଁ ଖାଲିପଣ ଅନୁଭବ କଲି, ଯେପରି ମୋ ଭିତରେ ଥିବା ସମସ୍ତ ଦୁଃଖ ବାହାରି ଆସିଛି । ତେବେ ମୋ ପୁଅ ଏବଂ ବୋହୂଙ୍କ ଅନୁମତି ନେବା ପରେ ହିଁ ଡ୍ୟାନ୍ସ କରିଥିଲେ ବୋଲି କହିଛନ୍ତି । ଏଥିରେ ସେମାନେ ରାଜି ହୋଇଥିଲେ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *