ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କୁ ଠକୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଏପରି ଅଭିଯୋଗ କରିଛନ୍ତି ବିଜେପି ସାଂସଦ ଅନୁରାଗ ଠାକୁର । ସେ ହିଛନ୍ତି ଯେ, “ବର୍ଷଟି ୨୦୨୫, କିନ୍ତୁ ମୁଁ ୨୦୨୬ ବିଷୟରେ କଥା ହେବାକୁ ଆସିଛି । କାରଣ ୨୦୨୫ ହେଉଛି ଆର୍ôଥକ ବର୍ଷ ଏବଂ ୨୦୨୬ କୋଟି ଟଙ୍କାର ମଦ ଦୁର୍ନୀତି ହୋଇଥିଲା । ଦିଲ୍ଲୀରେ ପାଠଶାଳା ବଦଳରେ ମଧୁଶାଳା ତିଆରି ହୋଇଥିଲା, ସେମାନେ ଝାଡୁରୁ ଦୁରେଇଯାଇ ମଦ ସହ ଆଗକୁ ବଢିଥିଲେ ।
ବିଜେପି ସାଂସଦ ଆହୁରି କହିଛନ୍ତି, ସେହି ଦଳର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଜେଲ ଯାଇଥିଲେ। କୋଭିଡ୍ ସମୟରେ ସୁବିଧାର ଅଭାବ ଥିଲା, ଜନସାଧାରଣ କଷ୍ଟରେ ଥିଲେ, ଆମ ଆଦମୀ ପାର୍ଟି ଖୁସି ଥିଲା। କାରଣ ସେତେବେଳେ ମଦ ଦୁର୍ନୀତିର ଜାଲ ବୁଣାଯାଇଥିଲା। ମଦ ଦୁର୍ନୀତିର ମୁଖ୍ୟ ନାୟକ ହେଉଛନ୍ତି ଅରବିନ୍ଦ କେଜରିୱାଲ। ଏଥିରେ ୨୦୨୬ କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଥିଲା। ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାରଙ୍କ ୧୦ ବର୍ଷର ଏହି ଯାତ୍ରା ଦୁର୍ନୀତିରେ ପରିପୂର୍ଣ୍ଣ। ସେମାନେ ସ୍ୱରାଜ ବିଷୟରେ କଥା ହେଉଥିଲେ, କିନ୍ତୁ ସ୍ୱରାଜରୁ ସେମାନେ ମଦକୁ ଆସିଲେ।
ସେମାନଙ୍କର ୮ ଜଣ ମନ୍ତ୍ରୀ, ୧୫ ଜଣ ବିଧାୟକ, ଜଣେ ସାଂସଦ ଏବଂ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଜେଲ୍ ଯାଇଥିଲେ। ବିଜେପି ସାଂସଦ ଅନୁରାଗ ଠାକୁର ଆମ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ବିଷୟରେ ଏକ ପ୍ରଶ୍ନ ପଚାରିଥିଲେ। ସେ କହିଥିଲେ, ଆମ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା କିଏ? ମୁଖ୍ୟମନ୍ତ୍ରୀ ଆତିଶୀ ନିଜକୁ ମୁଖ୍ୟମନ୍ତ୍ରୀ ବୋଲି ଭାବନ୍ତି ନାହିଁ। ତାଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ାଯାଏ ନାହିଁ। ଆମ ଆଦମୀ ପାର୍ଟିର ଏକ ସଚ୍ଚୋଟ ଚେହେରା ମଧ୍ୟ ନାହିଁ। ଦିଲ୍ଲୀର ଲୋକମାନେ ନିଷ୍ପତ୍ତି ନେଇଛନ୍ତି ଯେ ସେମାନଙ୍କୁ କ୍ଷମତାରୁ ବାହାର କରିଦେବେ । ବିଜେପି ନେତା ଅନୁରାଗ ଠାକୁର କହିଛନ୍ତି, “ଦିଲ୍ଲୀର ଲୋକମାନେ ଏବେ ଏକ ଡବଲ ଇଞ୍ଜିନ ସରକାର ଚାହୁଁଛନ୍ତି ବୋଲି କହୁଛନ୍ତି।