ବିଶାଖାପାଟନମ: ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡାରେ ରେଳବାଇକୁ ୩କୋଟି କ୍ଷତି ସହିବାକୁ ପଡିଲା।ଏହି କ୍ଷତି ପରେ ସ୍ୱାମୀ ମଧ୍ୟ ଚାକିରି ହରାଇଲେ । ସ୍ୱାମୀ ପତ୍ନୀଠାରୁ ଛାଡପତ୍ର ପାଇଁ ପିଟିସନ ଦାଖଲ କଲେ। ଯେତେବେଳେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୁଏ, ଏହା ପ୍ରାୟତଃ ପରିବାରକୁ ପ୍ରଭାବିତ କରିଥାଏ, କିନ୍ତୁ ବିଶାଖାପାଟନମରୁ ଏକ ମାମଲା ସାମ୍ନାକୁ ଆସିଥିଲା, ଯେଉଁଠାରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ସମଗ୍ର ରେଳବାଇକୁ ପ୍ରଭାବିତ କରିଛି । ପ୍ରକୃତରେ, ଜଣେ ଷ୍ଟେସନ ମାଷ୍ଟର ଡ୍ୟୁଟିରେ ଥିବାବେଳେ ତାଙ୍କ ପତ୍ନୀଙ୍କ ସହ କୌଣସି କାରଣରୁ ଝଗଡା ହେଲା । ଏହି ସମୟରେ ପତ୍ନୀଙ୍କ ପାଖରୁ ଏକ କଲ ଆସିବାରୁ ଦୁହିଁଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଯୁକ୍ତିତର୍କ ହୋଇଥିଲା।ସେତେବେଳେ ସ୍ୱାମୀ କହିଲେ ଯେ ସେ ବର୍ତ୍ତମାନ ଡ୍ୟୁଟିରେ ଅଛନ୍ତି ତେଣୁ ସେ ଘରକୁ ଯାଇ କଥା ହେବେ।ଏହାପରେ ସ୍ୱାମୀ ଓକେ କହି ଫୋନ୍ ରଖିଦେଲେ।ହେଲେ ଏହା ପରେ ରେଳବାଇକୁ ଲାଗିଲା ଏକ ବଡ ଝଟକା।ଓକେ କହି ଫୋନ ରଖିବା ପରେ ଏହି ଓକେ ଏବେ ଭାରି ପଡିଛି ରେଲୱେକୁ।ପାଖରେ ଥିବା ଥିବା ଆଉ ଜଣେ ଷ୍ଟେସନମାଷ୍ଟର ଓକେ ଶୁଣି ଭାବିଲେ ଯେ ତାଙ୍କୁ ଓକେ କୁହାଗଲା ଏବଂ ଦ୍ୱିତୀୟ ଷ୍ଟେସନ ମାଷ୍ଟର ସିଗନାଲ ଦେଇ ଟ୍ରେନକୁ ଛାଡିଦେଲେ ।ଯେଉଁଥିପାଇଁ ଟ୍ରେନଟି ପ୍ରତିବନ୍ଧିତ ରୁଟରେ ଚାଲିଲା ଏବଂ ଏହାର ପରିଣାମ ଭୋଗିବାକୁ ପଡ଼ିଲା ରେଲୱେକୁ । ଏହି କାରଣରୁ ରେଲୱେ ୩ କୋଟି ଟଙ୍କା କ୍ଷତି ସହିଲା ଏବଂ ଷ୍ଟେସନମାଷ୍ଟର ଚାକିରି ମଧ୍ୟ ହରାଇଲେ।
୨୦୧୧ ମସିହାରେ ହିନ୍ଦୁ ରୀତିନୀତି ଅନୁଯାୟୀ ଷ୍ଟେସନ ମାଷ୍ଟର ତାଙ୍କ ସ୍ତ୍ରୀକୁ ବିବାହ କରିଥିଲେ।ସ୍ୱାମୀ ବିଶାଖାପାଟନମରୁ ଆସି ରେଳବାଇରେ ଷ୍ଟେସନ ମାଷ୍ଟର ଥିଲେ। ସ୍ତ୍ରୀ ହେଲେ ଭିଲାଇର ବାସିନ୍ଦା। ସ୍ୱାମୀ ଅଭିଯୋଗ କରିଛନ୍ତି ଯେ ବିବାହର ଦୁଇ ଦିନ ପରେ ରେଳ ଷ୍ଟେସନ ମାଷ୍ଟରଙ୍କ ସ୍ତ୍ରୀ ତାଙ୍କୁ ତାଙ୍କର ପ୍ରେମିକ ବିଷୟରେ କହିଥିଲେ।ଏହା ସ୍ୱାମୀ ତାଙ୍କ ସ୍ତ୍ରୀଙ୍କ ବାପାଙ୍କ ନିକଟରେ ଅଭିଯୋଗ କରିଥିଲେ, ଭବିଷ୍ୟତରେ ସେ ଏପରି କିଛି ନକରିବାକୁ ସେ ଆଶ୍ୱାସନା ଦେଇଥିଲେ ତାଙ୍କ ଶୁଶୁର ହେଲେ ସ୍ତ୍ରୀ ଏହାକୁ ଖାତିର ନକରି ନିଜ ପ୍ରେମିକ ସହିତ ନିରନ୍ତର ଯୋଗାଯୋଗରେ ରହିଲେ ।ସ୍ୱାମୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ତ୍ରୀ ତାଙ୍କ ସାମ୍ନାରେ ନିଜ ପ୍ରେମିକଙ୍କ ସହ ବାରମ୍ବାର କଥାବାର୍ତ୍ତା ହୋଇଥିଲେ, ଏଥିରୁ ଅସନ୍ତୁଷ୍ଟ ହୋଇ ସ୍ୱାମୀ ବିଶାଖାପାଟନମ୍ ଫ୍ୟାମିଲୀ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ। ଅନ୍ୟପକ୍ଷରେ ତାଙ୍କ ସ୍ତୀ ଯୌତୁକ ନିର୍ଯାତନା ଅଭିଯୋଗ ଆଣି ମାମଲା ଦାୟର କରିଥିଲେ। ତା’ପରେ ସ୍ୱାମୀ ଏହି ମାମଲାରେ ହାଇକୋର୍ଟଙ୍କ ନିକଟକୁ ଯାଇ ଏକ ପିଟିସନ ଦାଖଲ କରିଥିଲେ।ସ୍ତ୍ରୀ ସ୍ୱାମୀଙ୍କୁ ଯୌତୁକ ନିର୍ଯ୍ୟାତନା ତଥା ତାଙ୍କ ଭାଉଜ ସହିତ ଅନୈତିକ ସମ୍ପର୍କ ଥିବା ଅଭିଯୋଗ କରିଥିଲେ ମଧ୍ୟ ହାଇକୋର୍ଟ ଏସବୁକୁ ପ୍ରତ୍ୟାଖ୍ୟାନ କରି ସ୍ୱାମୀଙ୍କ ଛାଡପତ୍ର ଆବେଦନକୁ ଅନୁମୋଦନ କରି କହିଛନ୍ତି ଯେ ପତ୍ନୀଙ୍କ କାରଣରୁ ଷ୍ଟେସନ ମାଷ୍ଟର ଚାକିରି ହରାଇଛନ୍ତି। ଏହା ସହିତ ସେ ପତ୍ନୀଙ୍କ କାର୍ଯ୍ୟକୁ ସ୍ୱାମୀ ପ୍ରତି ମାନସିକ ନିଷ୍ଠୁରତା ବୋଲି ବର୍ଣ୍ଣନା କରିଥିଲେ।