୪ର୍ଥ ଥର ଗ୍ରାମୀ ଆୱାର୍ଡ ପାଇଁ ମନୋନୀତ ହେଲେ ରିକି କେଜ୍‌

ମୁମ୍ବାଇ: ୪ର୍ଥ ଥର ଗ୍ରାମୀ ଆୱାର୍ଡ ପାଇଁ ମନୋନୀତ ହୋଇଛନ୍ତି ସଙ୍ଗୀତଜ୍ଞ ରିକି କେଜ୍ । ଏଥିସହିତ ଆନ୍ତର୍ଜାତୀୟ କଳାକାର ବିୟୋନ୍ସେ, ଟେଲର ସ୍ୱିଫ୍ଟ, ବିଲି ଇଲିଶ ଏବଂ ଆରିନା ଗ୍ରାଣ୍ଡେଙ୍କ ସହ ଭାରତୀୟ ବଂଶୋଦ୍ଭବ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଶୁକ୍ରବାର ୨୦୨୫ ଗ୍ରାମୀ ପୁରସ୍କାର ପାଇଁ ନାମାଙ୍କନ ତାଲିକା ପ୍ରକାଶ ପାଇଛି। ଭାରତୀୟ ବଂଶୋଦ୍ଭବ ସଂଗୀତଜ୍ଞ ରିକି କେଜ୍ ୬୭ ତମ ଗ୍ରାମୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ସେ ତାଙ୍କର ଆଲବମ ‘ବ୍ରେକ ଅଫ ଡନ’ ପାଇଁ ନୋମିନେଟ୍ ହୋଇଛନ୍ତି।


ପୂର୍ବରୁ ରିକି କେଜ୍ ତିନିଥର ଗ୍ରାମୀ ପୁରସ୍କାର ପାଇ ସାରିଛନ୍ତି। ବର୍ତ୍ତମାନ ସେ ତାଙ୍କର ଚତୁର୍ଥ ନାମାଙ୍କନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ପୂର୍ବରୁ ତିନୋଟି ଗ୍ରାମୀ ଆୱାର୍ଡ ଜିତିଥିବା ରିକି କେଜ୍ ତାଙ୍କ ସଙ୍ଗୀତ ମାଧ୍ୟମରେ ସାରା ବିଶ୍ୱରେ ପ୍ରସିଦ୍ଧ । ତାଙ୍କର ଆଲବମ ‘ବ୍ରେକ ଅଫ ଡନ’ ସଙ୍ଗୀତ ପ୍ରତି ତାଙ୍କର ଉତ୍ସାହର ଏକ ଉଦାହରଣ। ମହାନ ପଣ୍ଡିତ ରବି ଶଙ୍କରଙ୍କ ପରେ ଜଣେ ଭାରତୀୟ କଳାକାରଙ୍କ ପାଇଁ ଏହା ପ୍ରଥମ ଏକକ ଗ୍ରାମୀ ନାମାଙ୍କନ ଏବଂ ଏହି ବର୍ଷ ହେଉଛି ଭାରତରୁ ଏକମାତ୍ର ନାମାଙ୍କନ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *