ଟ୍ରମ୍ପଙ୍କ ପ୍ରତିମୂର୍ତ୍ତି ଗାଁର ପରିଚୟ

ନୂଆଦିଲ୍ଲୀ: ସାଧାରଣତଃ ଲୋକେ ଭଗବାନଙ୍କ ନିକଟରେ ପୂଜାର୍ଚ୍ଚନା କରିଥାନ୍ତି । ହେଲେ ଏମିତି ଏକ ଗ୍ରାମ ଅଛି ଯେଉଁଠି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭଗବାନଙ୍କ ପରି ପୂଜା କରନ୍ତି ଗ୍ରାମବାସୀ । । ଗାଁର ଲୋକେ ପ୍ରତ୍ୟେକ ଦିନ ସ୍ୱତନ୍ତ୍ର ଭାବେ ଟ୍ରମ୍ପଙ୍କ ପୂଜାର୍ଚ୍ଚନା କରିଥାନ୍ତି । ଏଥିଲାଗି ଏହି ଗାଁ ଏବେ ଏକ ଆକର୍ଷଣୀୟ ସ୍ଥାନ ପାଲଟିଛି । ଯେଉଁଠାରେ ଲୋକମାନେ ଏହି ଅନନ୍ୟ ଉତ୍ସବ ଏବଂ ଭକ୍ତି ଦେଖିବା ପାଇଁ ଦୂରଦୂରାନ୍ତରୁ ଆସିଥାନ୍ତି।


ତେଲେଙ୍ଗାନାର ଜନଗାଓଁ ଜିଲ୍ଲାରେ ରହିଛି କନ୍ନେ ଗ୍ରାମ । ଏଠାରେ ଲୋକେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭଗବାନଙ୍କ ପରି ମାନିଥାନ୍ତି । ଏହି ଗାଁରେ ଥିଲେ ବୁସା କୃଷ୍ଣ ନାମକ ଜଣେ ଯୁବକ, ଯିଏକି ଟ୍ରମ୍ପଙ୍କ ବଡ଼ ପ୍ରଶଂସକ ଥିଲେ । ସେ ଟ୍ରମ୍ପଙ୍କୁ ଏତେ ଭଲ ପାଆନ୍ତି ଯେ, ତାଙ୍କ ପ୍ରତି ଥିବା ଭକ୍ତି ଓ ସମ୍ମାନକୁ ସବୁଦିନ କିପରି ବଜାୟ ରଖିବେ ସେ ନେଇ ଚିନ୍ତିତ ହୋଇପଡ଼ିଲେ । ଶେଷରେ ଟ୍ରମ୍ପଙ୍କର ଏକ ପ୍ରତିମୂର୍ତ୍ତି ନିର୍ମାଣ କରିବାକୁ ନିଷ୍ପତ୍ତି ନେଲେ । ୨୦୧୯ ମସିହାରେ ସେ ୬ ଫୁଟ ଉଚ୍ଚର ଟ୍ରମ୍ପ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ, ଯାହା ଗ୍ରାମବାସୀଙ୍କ ପାଇଁ ଏହି ପ୍ରତିମୂର୍ତ୍ତି ଟ୍ରମ୍ପଙ୍କ ସମର୍ଥନର ପ୍ରତୀକ ପାଲଟିଲା । ବୁସା କୃଷ୍ଣଙ୍କୁ ଟ୍ରମ୍ପଙ୍କ ଜଣେ ସମର୍ଥକ ଭାବରେ ବିବେଚନା କରାଯାଉଥିଲା। ସେ ପ୍ରତିଦିନ ଏହି ପ୍ରତିମୂର୍ତ୍ତିକୁ ପୂଜା କରୁଥିଲେ। ତାଙ୍କ ପାଇଁ ଟ୍ରମ୍ପ ଜଣେ ଇଶ୍ୱରଙ୍କଠାରୁ କମ୍ ନ ଥିଲେ ଏବଂ ସେ ତାଙ୍କର ‘ଭକ୍ତି’ରେ ଲୀନ ରହିଥିଲେ। ୨୦୨୦ ରେ ଟ୍ରମ୍ପଙ୍କ ପରାଜୟ ପରେ କୃଷ୍ଣ ଏକ ଗଭୀର ଆଘାତ ପାଇଥିଲେ, ଯେଉଁଥିପାଇଁ ସେ ହୃଦଘାତରେ ମୃତ୍ୟୁ ବରଣ କଲେ ।


ନିକଟରେ ଟ୍ରମ୍ପଙ୍କ ବିଜୟ ଖବର ଶୁଣିବା ପରେ କନ୍ନେ ଗ୍ରାମର ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହର ଲହରୀ ଖେଳିଯାଇଥିଲା। ସେମାନେ ଏକ ନିଆରା ଢଙ୍ଗରେ ଉତ୍ସବ ପାଳନ କରିଛନ୍ତି । ଏଠାରେ ଥିବା ଟ୍ରମ୍ପଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇ ପୂଜା କରାଯାଇଥିଲା। ଗ୍ରାମବାସୀ କହିଛନ୍ତି ଯେ, କୃଷ୍ଣଙ୍କ ମୃତ୍ୟୁ ପରେ ମଧ୍ୟ ଟ୍ରମ୍ପଙ୍କ ପ୍ରତି ସମାନ ସମ୍ମାନ ଏବଂ ପ୍ରେମ ସେମାନଙ୍କ ହୃଦୟରେ ରହିଛି। ତାଙ୍କ ସମ୍ମାନରେ ସେମାନେ ଏହି ପ୍ରତିମୂର୍ତ୍ତିକୁ ଜୀବନ୍ତ ରଖିଛନ୍ତି। ବୁସା କୃଷ୍ଣ ତାଙ୍କ ଜୀବନରେ ଭଗବାନ ଭଳି ପୂଜା କରିଥିଲେ । ଆଜି ମଧ୍ୟ ଗାଁରେ ଏହି ପରମ୍ପରା ବଜାୟ ରହିଛି। ଗ୍ରାମବାସୀ ଟ୍ରମ୍ପଙ୍କ ପ୍ରତିମୂର୍ତ୍ତିକୁ ପୂଜା କରି ନିଜର ଭକ୍ତି ପ୍ରଦର୍ଶନ କରନ୍ତି। ଏହି ପ୍ରତିମୂର୍ତ୍ତି ବର୍ତ୍ତମାନ ଗାଁର ଏକ ଆକର୍ଷଣୀୟ ସ୍ଥାନ ପାଲଟିଛି, ଯେଉଁଠାରେ ଲୋକମାନେ ଏହି ଅନନ୍ୟ ଉତ୍ସବ ଏବଂ ଭକ୍ତି ଦେଖିବା ପାଇଁ ଦୂରଦୂରାନ୍ତରୁ ଆସିଥାନ୍ତି। ଏହି ପ୍ରତିମୂର୍ତ୍ତି ଗାଁର ପରିଚୟ ପାଲଟିଛି ଏବଂ ଟ୍ରମ୍ପ ସମର୍ଥକଙ୍କ ପାଇଁ ପ୍ରେରଣା ମଧ୍ୟ ପାଲଟିଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *