ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳତାକୁ ଦିଆଯିବନି ପ୍ରଶୟ

ଭୁବନେଶ୍ୱର: ଏଥର ଖଣ୍ଡଗିରି ଯାତ୍ରାରେ ହେବନି ଅଶ୍ଲୀଳ ନୃତ୍ୟ ବା ଅଙ୍ଗ ପ୍ରଦର୍ଶନ। ଏମିତି କି ସାହୁ ଭାଉଜ ଓ ନିଶା ମହାରଣାଙ୍କ ଭଳି ଆଇଟମ୍ ଗାର୍ଲ ଖଣ୍ଡଗିରି ଯାତ୍ରା ଷ୍ଟେଜକୁ ଚଢ଼ି ପାରିବେନି । ଯଦି ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରାଯାଏ, ତେବେ ଯାତ୍ରାକୁ ଅଧାରୁ ବନ୍ଦ କରି ଦିଆଯିବ । ଯାତ୍ରା କମିଟି ଓ ପୋଲିସ ମଧ୍ୟରେ ଆଲୋଚନା ପରେ ନିଆଯାଇଛି ଏପରି ନିଷ୍ପତ୍ତି।

ଏଥର ଖଣ୍ଡଗିରି ମେଳାରେ ଦୁଇଟି ପର୍ଯ୍ୟାୟରେ ୬ଟି ପେଣ୍ଡାଲରେ ୧୨ଟି ଅପେରା ପାର୍ଟି ଯାତ୍ରା ପରିବେଷଣ କରିବେ । ଏଥର ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ସ୍ୱଚ୍ଛତା ଓ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବ । ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ସଂପୂର୍ଣ୍ଣ ରୂପେ ବ୍ୟାନ୍ କରାଯିବା ସହ ଡବଲ୍ ମିନିଙ୍ଗଗ୍ ଡାଇଲଗ୍ ଉପରେ କଟକଣା ଲାଗୁ କରାଯାଇଛି । ଯାତ୍ରା ସହ ଯୋଡ଼ି ହୋଇଯାଇଥିବା ଅଶ୍ଳୀଳ ନୃତ୍ୟକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ହେଉଥିବା ବେଳେ ଖଣ୍ଡଗିରିର ପବିତ୍ର ଭୂମିରେ ଏଥର କୌଣସି ଅଶ୍ଳୀଳତାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି । ଆଇଟମ୍ ନୃତ୍ୟ ପରିବେଷଣ ଉପରେ ସଂପୂର୍ଣ୍ଣ ରୋକ ଲାଗିବ ବୋଲି ଯାତ୍ରା କମିଟି ଗୁଡ଼ିକ ପକ୍ଷରୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ଯାତ୍ରା ଷ୍ଟେଜକୁ ଚଢ଼ି ପାରିବେନି ସାହୁ ଭାଉଜ ଓ ନିଶା ମହାରଣାଙ୍କ ଭଳି ଆଇଟମ୍ ଗାର୍ଲ। ବାରମ୍ୱାର ତାଗିଦ୍ ପରେ ଟପୁଥିଲେ ସବୁ ସୀମା।ଏଥରର ଖଣ୍ଡଗିରି ଯାତ୍ରାରେ ସମସ୍ତ ପ୍ରକାର ଅଶ୍ଳୀଳ ପ୍ରଦର୍ଶନକୁ ବାରଣ କରାଯାଇଛି । ଅଶ୍ଳୀଳ ରଙ୍ଗଢଙ୍ଗରେ ନୃତ୍ୟ ପରିବେଷଣ କରାଗଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।

କାହାର ଭାବନାକୁ ଆଘାତ ବରଦାସ୍ତ କରାଯିବ ନାହିଁ । ଯାତ୍ରା ପେଣ୍ଡାଲ ଉପରେ ସମ୍ପୂର୍ଣ୍ଣ ନଜର ରଖଯିବା ପାଇଁ ବ୍ୟବସ୍ଥା କରାଯାଉଛି । ଏଥିପାଇଁ ଯାତ୍ରା କମିଟି ଏବଂ ପୋଲିସ ମିଳିତ ଭାବରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଶୃଙ୍ଖଳିତ ଯାତ୍ରା ପାଇଁ ସ୍ୱେଚ୍ଛାସେବୀ ନିୟୋଜିତ କରିବା ଭଳି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *