ପୁରୁଷ ଟେଲରମାନେ ମହିଳାଙ୍କ ଡ୍ରେସ୍ ମାପ ନେଇପାରିବେନି

ୟୁପି: ମହିଳାଙ୍କ ଡ୍ରେସ୍ ମାପ ନେଇପାରିବେନି ପୁରୁଷ ଟେଲର । ଉତ୍ତରପ୍ରଦେଶରେ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୟୁପି ମହିଳା ଆୟୋଗ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ପ୍ରସ୍ତାବ ଦେଇଛନ୍ତି। ଯେଉଁଥିରେ ପୁରୁଷ ଟେଲରମାନେ ମହିଳାମାନଙ୍କ ଡ୍ରେସ୍ ମାପ ନେଇପାରିବେ ନାହିଁ। ବୁଟିକ ସେଣ୍ଟରରେ ମହିଳାଙ୍କ ଡ୍ରେସ୍‌ର ମାପ ପୁରୁଷଙ୍କ ପରିବର୍ତ୍ତେ ମହିଳାମାନେ ହିଁ ନେବେ। ଏହା ସହ ଜଡ଼ିତ ନିର୍ଦ୍ଦେଶ ସବୁ ଜିଲାକୁ ମଧ୍ୟ ଜାରି କରାଯାଇଛି।


ରାଜ୍ୟ ସରକାରଙ୍କୁ ଏ ସମ୍ବନ୍ଧରେ ଆଇନ ଆଣିବାକୁ ଅନୁରୋଧ କରିବ ଆୟୋଗ । ମହିଳା ଆୟୋଗଙ୍କ ନିୟମଗୁଡ଼ିକୁ ଅନୁପାଳନ କରାଇବା ହେଉଛି ଜିଲ୍ଲା ପ୍ରଶାସନର ଦାୟିତ୍ୱ । ଏତିକି ନୁହେଁ, ସ୍କୁଲ ବସରେ ମହିଳା ସୁରକ୍ଷା କର୍ମୀଙ୍କ ଉପସ୍ଥିତିକୁ ନେଇ ମଧ୍ୟ ଆୟୋଗ ସୁପାରିଶ କରିଛନ୍ତି । ଯେଉଁ ଜିମକୁ ମହିଳାମାନେ ଯାଉଛନ୍ତି, ସେହି ଜିମରେ ମହିଳା ଟ୍ରେନର ରହିବା ଉଚିତ । ସମସ୍ତ ଜିମ୍ ଟ୍ରେନରଙ୍କର ପୋଲିସ ଭେରିଫିକେସନ ଦରକାର । ଯଦି କୌଣସି ପୁରୁଷ ଟ୍ରେନରଙ୍କଠାରୁ କେହି ମହିଳା ଟ୍ରେନିଂ ନେବାକୁ ଚାହୁଁଛନ୍ତି, ତା’ ହେଲେ ସେମାନଙ୍କୁ ଲିଖିତ ଆକାରରେ ଦେବାକୁ ହେବ । କାରଣ, ମହିଳା ଆୟୋଗଙ୍କ ନିକଟକୁ ଲଗାତାର ଜିମ୍ ଯାଉଥିବା ମହିଳାଙ୍କୁ ଶୋଷଣ ନେଇ ଅଭିଯୋଗ ଆସୁଛି । ଥିଏଟର କଳା କେନ୍ଦ୍ରରେ ମହିଳା ନୃତ୍ୟ ଶିକ୍ଷକ ଏବଂ ସିସିଟିଭି ରହିବା ଆବଶ୍ୟକ। ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ଯାଞ୍ଚ କରାଯିବା ଉଚିତ। ମହିଳା ଡ୍ରେସ୍ ଦୋକାନରେ ମହିଳା କର୍ମଚାରୀ ନିଯୁକ୍ତ କରିବା ମଧ୍ୟ ବାଧ୍ୟତାମୂଳକ ଅଟେ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *