ଭୁବନେଶ୍ୱର: ଆସନ୍ତା ୧୫ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଉରକେଲାରେ ଆୟୋଜିତ ‘ଜନଜାତି ଗୌରବ ଦିବସ’ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି ସୂଚନା ଦେଇଛନ୍ତି ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ।
ସେ ଆହୁରି କହିଛନ୍ତି, ନଭେମ୍ବର ୧୫ ତାରିଖରେ ପଡ଼ୁଛି ଶହୀଦ ବୀରସା ମୁଣ୍ଡାଙ୍କ ଜନ୍ମତିଥି। ଏହି ଦିନ ଜନଜାତି ଗୌରବ ଦିବସ ପାଳିତ ହେବ। ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ। ଏହା ୧୫ ତାରିଖରୁ ଆରମ୍ଭ ହୋଇ ଏକ ବର୍ଷ ଯାଏ ଚାଲିବ। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶେଷଥର ଲାଗି ଗତ ସେପ୍ଟେମ୍ବର୧୭ ତାରିଖରେ ଓଡ଼ିଶାରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିବାକୁ ଭୁବନେଶ୍ୱର ଆସିଥିଲେ।