ସିସିଟିଭିରେ କଏଦ ହେଲା ସୈଫଙ୍କ ଆକ୍ରମଣକାରୀ ମୁହଁ

ମୁମ୍ବାଇ: ବୁଧବାର ବିଳମ୍ବିତ ରାତ୍ରିରେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ ହୋଇଥିବା ଘଟଣା ସମଗ୍ର ଅଞ୍ଚଳରେ ଚହଳ ସୃଷ୍ଟି କରିଥିଲା । ମୁମ୍ବାଇ ସ୍ଥିତ ନିଜ ଘରେ ସୈଫଙ୍କୁ ଛୁରାମାଡ଼ କରିଥିଲେ ଜଣେ ଦୁର୍ବୃତ୍ତ । ଛୁରା ମାଡ କରି ଘଟଣାସ୍ଥଳରୁ ଦୁର୍ବୃତ୍ତ ଜଣଙ୍କ ଫେରାର ହୋଇଯାଇଥିବା ବେଳେ ସୈଫଙ୍କୁ ଚିକିତ୍ସା ପାଇଁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୈଫ ଏବେ ବିପଦ ମୁକ୍ତ ଥିବା ଥିବା ବେଳେ ତାଙ୍କ ସ୍ପାଇନାଲ କର୍ଡରୁ ୨.୫ ଇଞ୍ଚର ଏକ ଛୁରୀ ବାହାର କରାଯାଇଥିବା ନେଇ କହିଛନ୍ତି ଡାକ୍ତର। ସେପଟେ କିନ୍ତୁ ଆକ୍ରମଣକୁ ନେଇ ସନ୍ଦେହ ଘନୀଭୂତ ହୋଇଥିବା ବେଳେ ସିସିଟିଭିରୁ ଅଭିଯୁକ୍ତର ଚେହେରା ସାମ୍ନାକୁ ଆସିଛି ।

ତେବେ ଚୋରି କରିବା ଉଦ୍ଦେଶ୍ୟରେ ଦୁର୍ବୃତ୍ତ ଜଣଙ୍କ ଅଗ୍ନିଶମ ପ୍ରସ୍ଥାନ ସିଡି ଦେଇ ଅଭିନେତାଙ୍କ ଘରକୁ ପଶିଥିଲା । କିଛି ସମୟ ଲୁଚି ରହିବା ପରେ ରାତି ପ୍ରାୟ ସାଢ଼େ ୨ଟା ବେଳେ ସମସ୍ତେ ଶୋଇଯାଇଥିବା ଭାବି ବାହାରକୁ ବାହାରିଥିଲା ଚୋର । କିନ୍ତୁ ଘରେ ଅଚାନକ ଜଣେ ଅଜ୍ଞାତ ବ୍ୟକ୍ତିକୁ ଦେଖି ଜଣେ ଘରେ ରହୁଥିବା ଜଣେ କର୍ମଚାରୀ ଚିତ୍କାର କରିଥିଲେ। କର୍ମଚାରୀଙ୍କ ଚିତ୍କାର ଶୁଣି ସୈଫ୍ ଉଠିପଡିଥିଲେ । ତାଙ୍କ କୋଠରୀରୁ ବାହାରକୁ ଆସିବା କ୍ଷଣି ଚୋର ସହ ସୈଫଙ୍କ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ତେବେ ଆକ୍ରମଣକାରୀ ୧ କୋଟି ଟଙ୍କା ଦାବି କରିବା ସହ ସୈଫ୍‌ଙ୍କୁ ୬ ଥର ଛୁରିମାଡ଼ କରିଥିଲା। ଏଥିରେ ସହାୟିକା ଏବଂ ସୈଫ୍ ଉଭୟ ଆହତ ହୋଇଥିଲେ। ଏହାପରେ ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।

ତୁରନ୍ତ ଘରର ଅନ୍ୟ ସଦସ୍ୟ ମାନେ ସୈଫ୍ ଏବଂ କର୍ମଚାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ସୈଫଙ୍କର ଏକ ସର୍ଜରୀ ମଧ୍ୟ କରାଯାଇଥିଲା । ଏନେଇ ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ୧୦ ଟି ଟିମ୍ ଗଠନ କରିଛି। ସେପଟେ ଘରେ ଥିବା ସମସ୍ତ କର୍ମଚାରୀଙ୍କୁ ପଚରା ଉଚରା କରିଥିଲା ପୋଲିସ । ଏହାରିଭିତରେ ଘରେ ଥିବା ସିସଟିଭି ଫୁଟେଜ ଜରିଆରେ ତଦନ୍ତ କାର୍ଯ୍ୟ ତ୍ଵରାନ୍ଵିତ କରିଥିଲା । ସିସିଟିଭିରେ ଆକ୍ରମଣକାରୀ ସିଡ଼ି ବ୍ୟବହାର କରି ଘର ଭିତରକୁ ପଶିଥିବା ଓ ପଳାୟନ ସମୟରେ ମଧ୍ୟ ସିଡ଼ି ବ୍ୟବହାର କରିଥିବା ନେଇ ଦେଖିବାକୁ ମିଳିଛି । ତେବେ ଚୋରର ଫଟୋ ମଧ୍ୟ ଜାରି କରିଛି ମୁମ୍ବାଇ ପୋଲିସ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *