ଟେନିସ୍ ଖେଳାଳୀଙ୍କୁ ଜୀବନସାଥୀ କଲେ ନୀରଜ ଚୋପ୍ରା

ନୂଆଦଲ୍ଲୀ : ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତୀୟ ଆଥଲେଟିକ୍ସ ପୋଷ୍ଟର ବୟ ନୀରଜ ଚୋପ୍ରା ହୋଇଛନ୍ତି । ରବିବାର ସେ ଟେନିସ୍ ଖେଳାଳି ହିମାନିଙ୍କୁ ନିଜର ଜୀବନସାଥୀ କରିଛନ୍ତି। ନୀରଜ ସୋସିଆଲ ମିଡିଆରେ ଏହି ସୂଚନା ଦେବା ସହ ବିବାହ ସମୟର କେତେକ ଫଟୋ ସେୟାର କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ନୀରଜ ଚୋପ୍ରା ଲେଖିଛନ୍ତି, ମୋ ପରିବାର ସହିତ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କଲି। ନୀରଜ ହଠାତ୍ ଗୁପ୍ତ ଭାବେ ବିବାହ କରି ନିଜ ପ୍ରିୟଜନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଫଟୋରେ ନୀରଜ ତାଙ୍କ ପତ୍ନୀ ଏବଂ ପରିବାରର କିଛି ସଦସ୍ୟଙ୍କ ସହ ନଜର ଆସୁଛନ୍ତି ।

୨୭ ବର୍ଷୀୟ ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଏବଂ ପ୍ୟାରିସ୍ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ। ହରିୟାଣାର ସୋନିପତରୁ ଆସିଥିବା ହିମାନି ବର୍ତ୍ତମାନ ଫ୍ରାଙ୍କଲିନ ପିଅର୍ସ ବିଶ୍ୱବିଦ୍ୟାଳୟରୁ କ୍ରୀଡା ପରିଚାଳନାରେ ମାଷ୍ଟର ଡିଗ୍ରୀ ହାସଲ କରୁଛନ୍ତି। ହିମାନୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପାଇଁ ଜାତୀୟ ସ୍ତରରେ ଟେନିସ ଖେଳିଛନ୍ତି। ସେ ତାଇପେରେ ଅନୁଷ୍ଠିତ ୨୦୧୭ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିଲେ। ସେ ମାଲେସିଆରେ ଅନୁଷ୍ଠିତ ବିଶ୍ୱ ଜୁନିଅର ଟେନିସ ଚାମ୍ପିଅନସିପ ୨୦୧୬ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *