ବିବାହ ଶୋଭାଯାତ୍ରାରେ ୧୦୦ ଅଶ୍ୱାରୋହୀ, ରାସ୍ତାରେ କରିଲେ ଟଙ୍କା ବର୍ଷା

ଅହମଦାବାଦ: ସାଧାରଣତଃ ଅଧିକାଂଶ ଲୋକ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ଏହାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ସେ ସାଜ୍ଜସଜ୍ଜା ହେଉ ବା ମେକ୍‌ଅପ୍ ବା ଭୋଜି ସବୁକିଛି ନୂଆ କରିବାକୁ ଚାହାଁନ୍ତି ସସସ୍ତେ । ଏବେ ସେମିତି ଜଣେ ଯୁବକ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଯାଇ ୧୦୦ ଘୋଡ଼ାରେ ବରଯାତ୍ରୀ ଧରି କନ୍ୟା ଘରକୁ ଯାଇଛନ୍ତି । କେବଳ ସେତିକି ନୁହେଁ, ବିବାହ ଶୋଭାଯାତ୍ରାରେ ଟଙ୍କା ଉଡ଼ାଇ ଉଡ଼ାଇ ଯାଇଥିଲେ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

https://twitter.com/i/status/1881634347314561228

ଏପରି ଏକ ଅଜବ ବିବାହ ଶୋଭାଯାତ୍ରା ଗୁଜରାଟରେ ଦେଖିବାକୁ ମିଳିଛି । ଚୋଟିଲାର ଖରେଡି ଗ୍ରାମରେ କ୍ଷତ୍ରିୟ ପରମ୍ପରା ଅନୁଯାୟୀ ବର ମହାବୀର ସିଂ ରାଜ ପୋଷାକ ପିନ୍ଧି ଘୋଡା ଚଢ଼ିଥିଲେ। ଅହମଦାବାଦ-ରାଜକୋଟ ରାଜପଥ ଦେଇ କନ୍ୟା ଘରକୁ ଯାଇଥିଲେ । ତାଙ୍କ ପଛେ ପଛେ ୧୦୦ଟି ଘୋଡ଼ାରେ ବସି ବରଯାତ୍ରୀ ମଧ୍ୟ ଯାଇଥିଲେ । ଏଥିସହିତ ବିବାହ ଶୋଭାଯାତ୍ରାରେ ଟଙ୍କା ବର୍ଷା କରାଯାଇଥିଲା। ଏହି ବିବାହ ଶୋଭାଯାତ୍ରା ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ। ଏହି ଶୋଭାଯାତ୍ରା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି। ଏହି ଭିଡିଓକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ୟୁଜର ଭିନ୍ନ ଭିନ୍ନ ମତ ଦେବାରେ ଲାଗିଛନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *