‘ଛାବା’ରେ ରଶ୍ମିକାଙ୍କ ଫାଷ୍ଟ ଲୁକ୍ ରିଲିଜ

ମୁମ୍ବାଇ: ବିକି କୌଶଲ ଓ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ପିରିୟଡ୍ ଡ୍ରାମା ଫିଲ୍ମ ‘ଛାବା’। ଏହି ଫିଲ୍ମର ରିଲିଜ ନିକଟତର ହେବାରେ ଲାଗିଛି। ଫିଲ୍ମ ‘ଛାବା’ର ବିଭିନ୍ନ ଲୁକରେ ବିକି କୌଶଲଙ୍କ ଏକ ମୋଶନ୍ ପୋଷ୍ଟର ସେୟାର କରାଯାଇଥିଲା। ଏବେ’ଛାବା’ ଫିଲ୍ମର ରଶ୍ମିକା ମନ୍ଦାନାଙ୍କ ଫାଷ୍ଟ ଲୁକ୍ ପ୍ରକାଶ ପାଇଛି। ନିର୍ମାତା ସେମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ରଶ୍ମିକାଙ୍କ ଫାଷ୍ଟ ଲୁକ୍ ପୋଷ୍ଟର ସେୟାର କରିଛନ୍ତି ।

ଏଥିରେ ତାଙ୍କ ଚରିତ୍ର ଉପରୁ ବି ପରଦା ହଟିଛି। ପ୍ରଥମ ଫଟୋରେ, ରଶ୍ମିକା ମନ୍ଦାନା ଏକ ମରାଠୀ ପାରମ୍ପରିକ ଶାଢ଼ି ଏବଂ ଅଳଙ୍କାର ପିନ୍ଧି ଥିବାର ନଜର ଆସିଛନ୍ତି । ଦ୍ୱିତୀୟ ଫଟୋରେ, ରଶ୍ମିକା ଏକ ଆଟ୍ରାକ୍ଟିଭ୍ ଲୁକରେ ଦେଖିବାକୁ ମିଳିଛି । ଫିଲ୍ମରେ ରଶ୍ମିକାଙ୍କ ପୋଷ୍ଟର ଗୁଡ଼ିକୁ ସେୟାର କରି ନିର୍ମାତାମାନେ ଲେଖିଛନ୍ତି, ‘ପ୍ରତ୍ୟେକ ମହାନ ରାଜାଙ୍କ ପଛରେ, ଜଣେ ଶକ୍ତିଶାଳୀ ରାଣୀର ଶକ୍ତି ଥାଏ । ସ୍ୱରାଜ୍ୟର ଗର୍ବ ମହାରାଣୀ ୟଶୁଭାଇ ଭୋସଲେଙ୍କ ଭୂମିକାରେ ରଶ୍ମିକା ମନ୍ଦାନାଙ୍କୁ ଉପସ୍ଥାପନ କରାଯାଉଛି ।

‘ଛାବା’ ଚଳଚ୍ଚିତ୍ରରେ ଏହି ଚଳଚ୍ଚିତ୍ରରେ ବିକି କୌଶଲ ମରାଠା ସାମ୍ରାଜ୍ୟର ପ୍ରତିଷ୍ଠାତା ଛତ୍ରପତି ଶିବାଜୀ ମହାରାଜଙ୍କ ଜ୍ୟେଷ୍ଠପୁତ୍ର ଛତ୍ରପତି ମହାରାଜ ଭୂମିକାରେ ନଜର ଆସିବେ। ତାଙ୍କ ପତ୍ନୀ ୟଶୁଭାଇ ଭୂମିକାରେ ଅଭିନୟ କରିବେ ରଶ୍ମିକା । ଫିଲ୍ମ “ଛାବା” ୧୪ ଫେବୃଆରୀରେ ରିଲିଜ୍ ହେବାକୁ ଯାଉଛି । ସେହିପରି, ଫିଲ୍ମର ଟ୍ରେଲର ଆସନ୍ତାକାଲି ଅର୍ଥାତ୍ ଜାନୁଆରୀ ୨୨ ତାରିଖରେ ରିଲିଜ୍ ହେବ। ଯାହାକୁ ବିକି କୌଶଲ ଏବଂ ରଶ୍ମିକା ମନ୍ଦାନାଙ୍କ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ଲକ୍ଷ୍ମଣ ଉତ୍ତେକର ଛାବା ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ବିକିଙ୍କ ସହ ଫିଲ୍ମ ‘ଜରା ହଟକେ ଜରା ବଚକେ’ ନିର୍ଦ୍ଦେଶନା ଦେଇଥିଲେ । ନିର୍ଦ୍ଦେଶକଙ୍କ ସହ ଏହା ବିକିଙ୍କ ଦ୍ୱିତୀୟ ଫିଲ୍ମ ହୋଇଥିବା ବେଳେ ଉଭୟଙ୍କ ସହ ରଶ୍ମିକାଙ୍କ ଏହା ପ୍ରଥମ ଫିଲ୍ମ । ଏହି ଚଳଚ୍ଚିତ୍ରରେ ଅରଙ୍ଗଜେବଙ୍କ ଭୂମିକାରେ ଅକ୍ଷୟ ଖନ୍ନା ନଜର ଆସିବେ। ଫିଲ୍ମର ପ୍ରଯୋଜକ ଦିନେଶ ଭିଜନ ରହିଥିବା ବେଳେ ବରିଷ୍ଠ ସଙ୍ଗୀତଜ୍ଞ ଏ.ଆର. ରହମାନ ଫିଲ୍ମରେ ସଙ୍ଗୀତ ଦେଇଛନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *