ନୂଆଦିଲ୍ଲୀ: କିଙ୍ଗ୍ଖାନ୍ ତଥା ଶାହାରୁଖ ଖାନଙ୍କୁ ପଛରେ ପକାଇଲେ ଛୋଟ ପରଦାର ଜଣାଶୁଣା ଅଭିନେତ୍ରୀ ଜନ୍ନତ ଜୁବୈର । ଏହାକୁ ନେଇ ଜନ୍ନତ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଶାହାରୁଖ ଖାନଙ୍କର ସୋସିଆଲ ମିଡିଆରେ ବହୁତ ପ୍ରଶଂସକ ଅଛନ୍ତି । ଲୋକମାନେ ତାଙ୍କୁ ବହୁତ ଭଲ ପାଆନ୍ତି। କିଙ୍ଗ ଖାନ ମଧ୍ୟ ନିଜ ପ୍ରଶଂସକଙ୍କୁ ବହୁତ ଭଲପାଆନ୍ତି। ତେବେ ବର୍ତ୍ତମାନ ଜଣେ ଛୋଟ ପରଦାର ଅଭିନେତ୍ରୀ ଜନ୍ନତ ସୋସିଆଲ ମିଡିଆରେ ଶାହାରୁଖ ଖାନଙ୍କୁ ପଛରେ ପକାଇ ଦେଇଛନ୍ତି।
ଟିଭି ଅଭିନେତ୍ରୀ ଜନ୍ନତ ଜୁବୈର ଇନଷ୍ଟାଗ୍ରାମରେ କିଙ୍ଗ ଖାନ ଅର୍ଥାତ୍ ଶାହାରୁଖ ଖାନଙ୍କୁ ପଛରେ ପକାଇଛନ୍ତି। ଇନଷ୍ଟାଗ୍ରାମରେ ଜନ୍ନତ ଜୁବୈରଙ୍କୁ ୪୯.୭ଏମ ଲୋକେ ଫଲୋ କରିଛନ୍ତି ଏବଂ ଶାହରୁଖ ଖାନଙ୍କ ୪୭.୭ଏମ ଫଲୋର୍ସ ଅଛନ୍ତି। ଇନଷ୍ଟାଗ୍ରାମରେ ଜନ୍ନତଙ୍କର ଅଧିକ ପ୍ରଶଂସକ ଅଛନ୍ତି । ସେହି ଅନୁଯାୟୀ, ସେ କିଙ୍ଗ ଖାନଙ୍କୁ ଇନଷ୍ଟାଗ୍ରାମରେ ପଛରେ ପକାଇଛନ୍ତି। କେବଳ ଶାହାରୁଖ ଖାନ ନୁହଁନ୍ତି ଜନ୍ନତ ଅନେକ ବଲିଉଡ ସେଲିବ୍ରେଟଙ୍କୁ ପଛରେ ପକାଇଛନ୍ତି।
ଜନ୍ନତଙ୍କୁ ଲୋକେ କେତେ ପସନ୍ଦ କରନ୍ତି ଏବଂ ତାଙ୍କ ପୋଷ୍ଟରେ ଲୋକେ ଅଧିକ ଲାଇକ ଓ କମେଣ୍ଟ କରନ୍ତି। ସୋସିଆଲ ମିଡିଆରେ ପ୍ରସିଦ୍ଧ ହେବା ବ୍ୟତୀତ ଜନ୍ନତ ଜୁବୈର ଟିଭିରେ ମଧ୍ୟ ବହୁତ ଲୋକପ୍ରିୟ। ଏହା ବ୍ୟତୀତ ଜନ୍ନତ ରାନୀ ମୁଖାର୍ଜୀଙ୍କ ସହ ଫିଲ୍ମ ‘ହିଚିକ୍’ରେ ନିଜର ଯାଦୁ ଦେଖାଇଥିଲେ। କେବଳ ଏତିକି ନୁହେଁ ଜନ୍ନତ କୋଟି କୋଟି ଟଙ୍କାର ମାଲିକାଣି। ରିପୋର୍ଟ ଅନୁଯାୟୀ, ଜନ୍ନତଙ୍କ ସମ୍ପତ୍ତି ମୂଲ୍ୟ ୨୫ କୋଟି ଟଙ୍କା।