ଭୁଲରେ ବି ଏହି ସ୍ଥାନକୁ ଯାଆନ୍ତୁ ନାହିଁ

ଗୋଆ: ଗୋଆ ଦେଶର ଏକ ପ୍ରମୁଖ ପର୍ଯ୍ୟଟନସ୍ତଳୀ। ଏଠାକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଯାଆନ୍ତି। ଗୋଆର ନାଇଟ ଲାଇଫ, ବିଚ୍‌, ସି ଫୁଡ଼୍ ଏସବୁ ଦେଶରେ ବହୁତ ଫେମସ୍‌। ସେଠାକାର ବିଭିନ୍ନ ସ୍ଥାନ ବୁଲିବା ସହ ସେଠାକାର ପରିବେଶକୁ ମଧ୍ୟ ବେଶ ଉପଭୋଗ କରନ୍ତି। ହେଲେ ଆପଣ ଜାଣିଛନ୍ତି ଗୋଆରେ ଏପରି ସ୍ଥାନ ଅଛି ଯେଉଁଠାକୁ ଯିବା ନିଷେଧ। ଗୋଟିଏ କି ଦୁଇଟି ସ୍ଥାନ ନୁହେଁ ଗୋଆରେ ୭ଟି ସ୍ଥାନ ଅଛି ଯେଉଁଠାକୁ ଯିବାକୁ କରାଯାଇଛି ବାରଣ। କୁହାଯାଏ ସେଠାରେ ଭୂତ ରହନ୍ତି। ଆଉ ସେହି ସ୍ଥାନକୁ ଭୂତ ବଙ୍ଗଳା କୁହାଯାଏ।

ଗୋଆର ଭୂତ ବଙ୍ଗଳା ବିଷୟରେ ବହୁତ କମ୍ ଲୋକ ଜାଣିଥିବେ। ଏତେ ସୁନ୍ଦର ଗୋଆ ଭିତରେ କିଛି ଭୟଙ୍କର ସ୍ଥାନ ଅଛି। ଯେଉଁଠାକୁ ଲୋକେ ଦିନରେ ଯିବାକୁ ମଧ୍ୟ ଭୟ କରନ୍ତି।

ଗୋଆର ବୋରମ୍ ବ୍ରିଜ: ଗୋଆର ବୋରମ୍ ବ୍ରିଜ ଦେଇ ଲୋକେ ଯାତାୟତ କଲା ବେଳେ ସେଠାରେ ଜଣେ ମହିଳା ବ୍ରିଜରୁ ଡେଉଁଥିବା ଦେଖିବାକୁ ମିଳେ। ଯାହାକୁ ଦେଖି ଲୋକେ ଭୟଭୀତ ହୋଇପଡ଼ନ୍ତି। ସେଥିପାଇଁ ଏହି ରାସ୍ତା ଦେଇ ଯାତାୟତ କେହି କରନ୍ତି ନାହିଁ।

ଥ୍ରୀ କିଙ୍ଗ ଚର୍ଚ୍ଚ: କେଜ୍ରୁଅଲିମ ଗାଁରେ ଅଛି ଏହି ଥ୍ରୀ କିଙ୍ଗ ଚର୍ଚ୍ଚ। ଏଠାରେ ଜଣେ ରାଜା ଦୁଇ ରାଜାଙ୍କ ହତ୍ୟା କରିଥିଲେ। ପରେ ନିଜେ ବି ବିଷ ଖାଇଦେଇ ମୃତ୍ୟୁବରଣ କରିଥିଲେ। କୁହାଯାଏ ଏଠାରେ ସେମାନଙ୍କ ଆତ୍ମା ଅଛି। ସେଥିପାଇଁ ଏଠାକୁ ଲୋକେ ଯିବାକୁ ଭୟ କରନ୍ତି। ଅନେକ ଯାଆନ୍ତି ନାହିଁ ମଧ୍ୟ।

ଇଗୋରେଚମ ବାନ୍ଦ: କୁହାଯାଏ ଏହି ଇଗୋରେଚମ ବାନ୍ଦରେ ଆତ୍ମା ଘୁରି ବୁଲେ। ଲୋକଙ୍କୁ ନିଜ ଆୟତକୁ କରିନିଏ। ଭୟରେ ଏଠାକୁ ମଧ୍ୟ କେହି ଯାଆନ୍ତି ନାହିଁ।

ଡି ମେଲୋ ହାଉସ୍‌: ସେଣ୍ଟିମେଲୋ ସ୍ଥିତ ଡି ମେଲୋ ହାଉସ୍ ଗୋଆର ସବୁଠାରୁ ଭୟଙ୍କର ସ୍ଥାନ। କୁହାଯାଏ ଏଠାରେ ଦୁଇ ଭାଇ ପରସ୍ପରକୁ ହତ୍ୟା କରିଥିଲେ। ସେଥିପାଇଁ ଏଠାକୁ କେହି ଯାଆନ୍ତି ନାହିଁ।

ସେମିନାରୀ ୱାର୍କ: ଏଠାରେ ରୋଚଲ ନାମକ ଏକ ସିପାହୀ ଥିଲେ ଯାହାଙ୍କୁ ମାରି ଦିଆଯାଇଥିଲା। ଯାହାଙ୍କ ଆତ୍ମା ଆଜି ବି ସେଠାରେ ଅଛି। ଯେଉଁଥିପାଇଁ ଲୋକଙ୍କୁ ଭିତରେ ପ୍ରବେଶ କରିବାକୁ ଦିଅନ୍ତି ନାହିଁ।

ରାଡିକ୍ସ ହୋମ୍‌: ଗୋଆର ବରନାରେ ଅଛି ଏହି ରାଡିକ୍ସ ହୋମ୍‌। ଏଠାରେ କବାଟ ଆପେ ଆପେ ବନ୍ଦ ହୁଏ, ଆପେ ଆପେ ଖୋଲେ। କୁହାଯାଏ ଏଠାରେ ରାଡିକ୍ସ ଫ୍ୟାମିଲର ଆତ୍ମା ରହେ।

ଜକନି ବନ୍ଧ: ଏଠାରେ ଏକ ସ୍କୁଲ ବସ୍ ଆକ୍ସିଡେଣ୍ଟ ହୋଇଥିଲା। ଅନେକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ସେବେଠାରୁ ସେଠାରେ ପିଲା କାନ୍ଧିବା ଶବ୍ଦ ଶୁଣାଯାଏ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *