ନୂଆଦିଲ୍ଲୀ: ମହିଳାଙ୍କ ଚାକିରି ନେଇଗଲା ବିଲେଇ । କଥାଟା ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲଗୁଥାଇପାରେ । କିନ୍ତୁ ଘଟଣାଟି ପୂରା ସତ, ବିଲେଇଟିର ମେଲ୍ ସେଣ୍ଟ ଫଳରେ ମହିଳାଙ୍କ ଚାକିରି ଚାଲିଯାଇଛି । ଅସାଧାରଣ ଲାଗୁଥିଲେ ମଧ୍ୟ ଏପରି ଘଟିଛି । 25 ବର୍ଷୀୟ ମହିଳାଙ୍କର ସହିତ ଏପରି ଘଟିଛି । ଦକ୍ଷିଣ-ପଶ୍ଚିମ ଚାଇନାରୁ ସାମ୍ନାକୁ ଆସିଛି ଏହି ଘଟଣା ।ଖବର ଅନୁସାରେ, ମହିଳାଜଣକ ଘରେ ବିଲେଇ ପାଳୁଥିଲେ । ପାଖାପାଖି 9ଜଣ ରହିଥିଲେ । ତେବେ ଭଲ କମ୍ପାନୀ ଆସିଲେ କମ୍ପାନୀ ଛାଡିବେ ବୋଲି ପୂର୍ବରୁ ହିଁ ଇମେଲରେ ଟ୍ରାଫ୍ଟ କରି ରଖିଥିଲେ ।
ତେବେ ଲାଫଟପକୁ ରଖି ମହିଳା ଅନ୍ୟକାମରେ ବ୍ୟସ୍ତ ରହିଥିବାବେଳେ ବିଲେଇ ତାହା ଉପରେ ଡେଇଁ ଚାଲିଯାଇଥିଲା । ଦୁର୍ଘଟଣାବଶତଃ ମେସେଜଟି ସେଣ୍ଡ ହୋଇଯାଇଥିଲା । ତେବେ ମହିଳାଜଣକ ପରେ ଏବିଷୟରେ ଜାଣିବାକୁ ପାଇଲେ । କିଭଳି ସମ୍ଭବ ହୋଇପାରିଲା ବୋଲି ଭାବିବା ପରେ ସିସିଟିଭି କ୍ୟାମେରାରେ ସବୁ କିଛି କଏଦ ହୋଇଥିଲା ।
ମହିଳାଜଣକ ନିଜ ମାଲିକକୁ ଏହି ଘଟଣା ବିଷୟରେ କହିବା ପରେ ମଧ୍ୟ ସେ ଶୁଣିନଥିଲେ । ଫଳରେ ଅକାରଣରେ ତାଙ୍କୁ ଚାକିରି ହରାଇବା ପାଇଁ ପଡିଥିଲା । ବିଲେଇ ଦ୍ୱାରା ଇମେଲ୍ ପାଇଁ ବର୍ଷ ଶେଷରେ ମିଳୁଥିବା ବୋନସ୍ ମଧ୍ୟ ହାତରୁ ଚାଲିଯାଇଛି ।