ଟ୍ରେନ୍ ଦୁର୍ଘଟଣା ପଛରେ ଚା’ ବିକାଳିଙ୍କ ଗୁଜବ

ଜଳଗାଓଁ: ମହାରାଷ୍ଟ୍ରର ଜଳଗାଓଁ ଜିଲ୍ଲାରେ ଘଟିଥିବା ରେଳ ଦୁର୍ଘଟଣାରେ ୧୩ ଜଣଙ୍କ ଜୀବନ ଯାଇଛି । ଏଥିସହ ୭ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ଟ୍ରେନ୍‌ରେ ନିଆଁ ଲାଗିଛି ବୋଲି ଏକ ଗୁଜବ ପ୍ରଚାରିତ ହେବା ପରେ ଭୟଭୀତ ହୋଇ ପୁଷ୍ପକ ଏକ୍ସପ୍ରେସ୍‌ର ଯାତ୍ରୀମାନେ ଟ୍ରେନ୍‌ରୁ ଓହ୍ଲାଇ ପଡ଼ିବା ପରେ ବିପରୀତ ଦିଗରୁ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ୍ ସେମାନଙ୍କ ଉପରେ ମାଡ଼ିଯାଇଥିଲା। ଫଳରେ ଦୁର୍ଘଟଣାରେ ୧୦ରୁ ଅଧିକ ପ୍ରାଣ ହରାଇଥିଲେ। ଏବେ ଜାଣିବାକୁ ମିଳିଛି ଯେ ଟ୍ରେନ୍‌ରେ ନିଆଁ ଲାଗିଛି ବୋଲି ଗୁଜବ ପ୍ରଘଟ କରିଥିଲେ ଜଣେ ଚା’ ବିକାଳି।

ଏନେଇ ଜଣେ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି ଯେ,ଜଣେ ଚା ବିକାଳି ଆସି କହିଥିଲେ ଯେ ଟ୍ରେନ୍‌ରେ ନିଆଁ ଲାଗି ଯାଇଛି। ସେ ନିଜେ ହିଁ ଟ୍ରେନ୍‌ର ଚେନ୍ ଟାଣିଥିଲେ। ତାଙ୍କ କଥା ଶୁଣି ଭୟରେ ଯାତ୍ରୀମାନେ ଟ୍ରେନ୍‌ରୁ ତଳକୁ ଡେଇଁବା ଆରମ୍ଭ କରିଥିଲେ। କିଛି ଲୋକ ସିଧାସଳଖ ରେଳ ଧାରଣାକୁ ଡେଇପଡ଼ିଲେ। ଫଳରେ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ୍ ସେମାନଙ୍କ ଉପରେ ଚଢ଼ି ଯାଇଥିଲା।

ପୁଷ୍ପକ ଏକ୍ସପ୍ରେସ୍‌ରେ ନିଆଁ ଲାଗିବାର ଗୁଜବ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ଏହି ବିଶୃଙ୍ଖଳା ଭିତରେ କିଛି ଯାତ୍ରୀ ଜରୁରିକାଳୀନ ଚେନ୍ ଟାଣି ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ। ସେମାନେ ସମାନ୍ତରାଳ ଟ୍ରାକ୍‌ରେ ଓହ୍ଲାଇବା ବେଳେ ବିପରୀତ ଦିଗରୁ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ ସେମାନଙ୍କୁ ଧକ୍କା ଦେଇଥିଲା।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *