ନୂଆଦିଲ୍ଲୀ: ପ୍ରତ୍ୟେକ ଦିନ ସୋସିଆଲ ମିଡ଼ିଆରେ ଅଜବ ଭିଡ଼ିଓ ଓ ଫଟୋ ଭାଇରାଲ ହୋଇଥାଏ । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହ ବିଶ୍ୱାସ କରିବା ବି କଷ୍ଟକର ହୋଇପଡ଼େ । ଏବେ ଠିକ୍ ସେପରି ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହା ଲୋକଙ୍କୁ ଚକିତ କରିଛି । କିଛି ପର୍ଯ୍ୟଟକଙ୍କ ଉପରେ ଏକ ପାହାଡ଼ର ବଡ଼ ଅଂଶ ସେମାନଙ୍କ ଉପରେ ଖସି ପଡ଼ୁଥିବା ଦେଖିବାକୁ ମିଳିଛି ।
ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, କିଛି ପର୍ଯ୍ୟଟକ ଏକ ସୁନ୍ଦର ହ୍ରଦରେ ମଜା ନେଉଛନ୍ତି । ସେମାନେ ହ୍ରଦରେ ଡଙ୍ଗାରେ ବୁଲି ବୁଲି ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରିବାରେ ବ୍ୟସ୍ତ ଥିଲେ । ଆଖପାଖର ପରିବେଶ ସମ୍ପୂର୍ଣ୍ଣ ସ୍ୱାଭାବିକ ଥିଲା । ଅଚାନକ୍ ପାହାଡ଼ର ଏକ ବଡ଼ ଅଂଶ ହ୍ରଦରେ ପଡ଼ିଗଲା, ଯାହା କିଛି ମୁହୂର୍ତ୍ତ ପାଇଁ ଭୟର ପରିବେଶ ସୃଷ୍ଟି କରିଥିଲା । ଏହି ଘଟଣାକୁ ଦେଖିଲେ ଜଣାପଡୁଛି ଯେ ଅନେକ ଲୋକ ପାହାଡ଼ର ଭଗ୍ନାବଶେଷ ତଳେ ଫସି ରହିଛନ୍ତି । କିନ୍ତୁ ଏହି ସମ୍ପୂର୍ଣ୍ଣ ଘଟଣା ପ୍ରକୃତରେ ଘଟିଛି କି ନାହିଁ ବା କେଉଁଠାରେ ଘଟିଛି ସେନେଇ ସ୍ପଷ୍ଟ ହୋଇନାହିଁ ।
ଭାଇରାଲ ଭିଡିଓଟି ବହୁତ ଭୟଙ୍କର ଏବଂ ଗମ୍ଭୀର ମନେ ହେଉଛି । କିନ୍ତୁ ଅନେକ ଲୋକ ବିଶ୍ୱାସ କରନ୍ତି ଯେ, ଏହି ଭିଡିଓଟି ଏଡିଟ୍ ହୋଇଥାଇପାରେ । ସୋସିଆଲ ମିଡିଆରେ ଲୋକମାନେ ଏହି ଘଟଣାର ସତ୍ୟତା ଉପରେ ସନ୍ଦେହ ପ୍ରକାଶ କରୁଛନ୍ତି । ଭିଡିଓଟି ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଚନ୍ତି । କିଛି ବ୍ୟବହାରକାରୀ କହିଛନ୍ତି ଯେ ପାହାଡ଼ର ପତନ ଏବଂ ଏହାର ଗତି ଏତେ ଅପ୍ରାକୃତିକ ଯେ ଏହା କୌଣସି ଫିଲ୍ମ କିମ୍ବା ଏଡିଟ୍ କ୍ଲିପର ଅଂଶ ଭଳି ମନେ ହେଉଛି । ଆଉ କିଛି କହିଛନ୍ତି ଯେ, ଏପରି ଭାଇରାଲ୍ ଭିଡିଓଗୁଡ଼ିକ ସବୁବେଳେ ଦର୍ଶକଙ୍କୁ ଆକର୍ଷିତ କରେ, କିନ୍ତୁ ଏହାର ସତ୍ୟତା ଜାଣିବା କଷ୍ଟକର ।