ମାତ୍ର ୨ ମାସରେ ରୋଜଗାର କଲେ ୨୨ ଲକ୍ଷ

ଶାଙ୍ଘାଇ: ଫ୍ଲାଇଟ୍ ଆଟେଣ୍ଡାଣ୍ଟରୁ ସାଜିଲେ ସଫଳ ଘୁଷୁରି ଚାଷୀ । ମାତ୍ର ୨ ମାସ ମଧ୍ୟରେ ପ୍ରାୟ ୨୨.୮ ଲକ୍ଷ ଟଙ୍କା (୨ ଲକ୍ଷ ୟୁଆନ୍‌) ରୋଜଗାର କରି ସମସ୍ତଙ୍କୁ ଚକିତ କରିଛନ୍ତି ଜଣେ ୨୭ ବର୍ଷିୀୟା ଯୁବତୀ। ତାଙ୍କର ଏପରି ଉଦ୍ୟମକୁ ଖୁବ୍ ପ୍ରଶଂସା ମିଳିଛି ।

ଚାଇନାର ୨୭ ବର୍ଷୀୟା ୟାଙ୍ଗ୍ ୟାଙ୍ଗ୍‌ସି । ପ୍ରଦେଶର ଏକ ଗ୍ରାମୀଣ ପରିବାରରେ ଜନ୍ମିତ ୟାଙ୍ଗ୍‌, ଶାଂଘାଇର ଏକ ଏୟାରଲାଇନ୍ସରେ ଫ୍ଲାଇଟ୍ ଆଟେଣ୍ଡାଣ୍ଟ ଭାବରେ ୫ ବର୍ଷ ଧରି କାର୍ଯ୍ୟ କରିଥିଲେ। ତେବେ ବିଭିନ୍ନ ବିପରୀତ ପରିସ୍ଥିତି ଯୋଗୁ ୟାଙ୍ଗ୍‌ଙ୍କର ଦରମା ପ୍ରାୟ ୩୨ ହଜାର ଟଙ୍କାକୁ ଖସି ଆସିଥିଲା। ଫ୍ଲାଇଟ୍ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିବାରୁ ସେ ଅଧିକାଂଶ ସମୟ ନିଜ ମା’ବାପା ତଥା ପରିବାର ପାଖରୁ ଦୂରରେ ରହୁଥିଲେ। ସେ ବିଶେଷ ଦରମା ମଧ୍ୟ ପାଉ ନ ଥିବାରୁ ତାଙ୍କୁ ଅନେକ ସମୟରେ ବାପା ଓ ମା’ଙ୍କଠାରୁ ଆର୍ôଥକ ସହାୟତା ନେବାକୁ ପଡ଼ୁଥିଲା। ତେବେ ତାଙ୍କ ଆବଶ୍ୟକତାକୁ ପୂରା କରିବା ପାଇଁ, ବାପା ଓ ମା’ ଋଣ ନେଇ ତାଙ୍କୁ ଅର୍ଥ ପଠାଇଥିଲେ ବୋଲି ୟାଙ୍ଗ୍ ଜାଣିବାକୁ ପାଇଥିଲେ। ଏହା ତାଙ୍କୁ ବେଶ୍ ଦୁଃଖ ଦେଇଥିଲା।

ପରେ ମା’ଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ୟାଙ୍ଗ୍ ଚାକିରି ଛାଡ଼ି ଘରେ ରହି ମା’ଙ୍କ ସେବା କରିବାକୁ ନିଷ୍ପତ୍ତି ନେଇଥିଲେ। ୟାଙ୍ଗ୍ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘୁଷୁରି ଫାର୍ମକୁ ସମ୍ଭାଳିବା ଆରମ୍ଭ କରିଦେଇଥିଲେ। ସେ ଘୁଷୁରି ଫାର୍ମରେ ନିଜ ଅନୁଭୂତିକୁ ସୋସିଆଲ ମିଡିଆରେ ମଧ୍ୟ ସେୟାର କରନ୍ତି। ୟାଙ୍ଗ୍ ଘୁଷୁରିଙ୍କ ଖାଇବା ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ସହ ସେମାନଙ୍କର ଯତ୍ନ ନେଉଥିବା ଆଦି ନିଜ ଭିଡିଓରେ ସେୟାର କରିଥାନ୍ତି। ଫ୍ଲାଇଟ୍ ଆଟେଣ୍ଡାଣ୍ଟ ଅପେକ୍ଷା ଘୁଷୁରି ଚାଷରେ ବେଶୀ ଶାରୀରିକ ପରିଶ୍ରମ ଆବଶ୍ୟକ ବୋଲି ୟାଙ୍ଗ୍ କହିଛନ୍ତି।

ନିଜ ପରିବାରର ଉନ୍ନତି ପାଇଁ ୟାଙ୍ଗ୍ ପ୍ରତିଦିନ ଘୁଷୁରି ଚାଷରେ ନିଜକୁ ଉତ୍ସର୍ଗ କରନ୍ତି । ଏହି କାର୍ଯ୍ୟ କରି ସେ ଖୁବ୍ ଖୁସି ଅଛନ୍ତି। ଏବେ ସେ ତାଙ୍କ ପରିବାର ସହ ରହି ପାରୁଛନ୍ତି। ଘୁଷୁରି ଚାଷ, ପଶୁପାଳନ ବିକ୍ରୟ ଓ ସୋସିଆଲ ମିଡିଆ ପରିଚାଳନାରେ ୟାଙ୍ଗ୍ ନିଜର ନିରନ୍ତର ଉଦ୍ୟମ ଯୋଗୁ ଗତ ୨ ମାସ ମଧ୍ୟରେ ୨୨.୮ ଲକ୍ଷ (୨ ଲକ୍ଷ ୟୁଆନ୍‌)ରୁ ଅଧିକ ରୋଜଗାର କରିବାକୁ ସକ୍ଷମ ହୋଇଛନ୍ତି। ସେ ନିଜର ଏହି ଚାଷକୁ ସମ୍ପ୍ରସାରଣ କରିବା ସହ ନିଜର ଏକ ସ୍ୱତନ୍ତ୍ର ଷ୍ଟୋର ଖୋଲିବା ପାଇଁ ଯୋଜନା ରଖିଛନ୍ତି। ସେହିପରି ଭବିଷ୍ୟତରେ ଏକ ହୋଟେଲ ମଧ୍ୟ ପ୍ରତିଷ୍ଠା କରିବାକୁ ୟାଙ୍ଗ୍‌ଙ୍କର ଇଚ୍ଛା ରହିଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *