ଆଇଟମ୍ ଡ୍ୟାନସରଙ୍କୁ ଚେତାବନୀ, ଅଶ୍ଲୀଳ ନୃତ୍ୟ କଲେ ଖାଲି ଠେଙ୍ଗା ପାହାର

ଭୁବନେଶ୍ୱର: ଏଣିକି ଅଶ୍ଳୀଳ ନୃତ୍ୟ କଲେ ଖାଲି ଠେଙ୍ଗା ପାହାର । ଚଳିତବର୍ଷ ଖଣ୍ଡଗିରି ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟକୁ ବରଦାସ୍ତ କରାଯିବ ନାହିଁ । ସେଥିଲାଗି ଆସିଛି ୧୦୦ ଠେଙ୍ଗା । ଆଇଟମ୍ ଡ୍ୟାନସରଙ୍କୁ ଏପରି ଠେଙ୍ଗାମାଡ଼ର ଚେତାବନୀ ଦେଇଛନ୍ତି ବିଜେପି ବିଧାୟକ ବାବୁ ସିଂ।

ବିଧାୟକ ବାବୁ ସିଂ କହିଛନ୍ତି ଯେ, ମୋ ସଂସ୍କୃତି ହେଉଛି ସର୍ବଶ୍ରେଷ୍ଠ ସଂସ୍କୃତି, ସେ ସଂସ୍କୃତିକୁ ରକ୍ଷା କରିବା ଦାୟିତ୍ୱ ମୋର। କୋଉଠି ନା କୋଉଠି ମୋ ସସ୍କୃତିକୁ କିଛି ଲୋକ ନଷ୍ଟ କରିବାକୁ ଲାଗିଛନ୍ତି। ତାଙ୍କୁ କିପରି ସଂସ୍କୃତି ଠାରୁ ଦୂରେଇ ରଖାଯିବ ସେଥିପ୍ରତି ଦୃଷ୍ଟି ଦିଆଯିବ । ଦରକାର ପଡ଼ିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଛୋଟମୋଟ କାର୍ଯ୍ୟାନୁଷ୍ଠାନ ନୁହେଁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ତେଣୁ ଖଣ୍ଡଗିରିରେ ଯିଏ ଆଇଟମ୍ ଡ୍ୟାନ୍ସ କରିବ ଖାଲି ଠେଙ୍ଗା ପାହାର ହେବ। ୧୦୦ ଠେଙ୍ଗା କିଣା ହୋଇ ରଖାଯାଇଛି । ପୁରା ସିରିୟସ୍ ମାଡ଼ ହେବ। ଖଣ୍ଡଗିରି ଯାତ୍ରା ପୂର୍ବରୁ ଏପରି ଚେତାବନି ଦେଲେ ବିଜେପି ବିଯାୟକ।

ଅନ୍ୟପଟେ ପୁଣି ସୀମା ଟପିଲେ ନିଶା ମହାରଣା। କୋରାପୁଟ ବୈପାରୀଗୁଡ଼ାରେ ଯାତ୍ରା ମଞ୍ଚରେ କଲେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *