ପ୍ରଥମ ଦିନରେ ଭଲ ଆୟ କଲା ‘ସ୍କାଏ ଫୋର୍ସ’

ନୂଆଦିଲ୍ଲୀ: ବଲିଉଡର ଖିଲାଡି ଭାବେ ଜଣାଶୁଣା ଅକ୍ଷୟ କୁମାର ଏବେ ଖୁବ୍ ଚର୍ଚ୍ଚାରେ । କାରଣ ତାଙ୍କ ଫିଲ୍ମ ‘ସ୍କାଏ ଫୋର୍ସ’ ଫିଲ୍ମ ହଲରେ କମାଲ କରୁଛି । ଏହି ଫିଲ୍ମ ପ୍ରଥମ ଦିନରେ ୧୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରିଛି । ଏହାର କାହାଣୀ ଓ କଳାକାରଙ୍କ ଅଭିନୟ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି ।

୨୦୨୫ ବର୍ଷର ଅକ୍ଷୟଙ୍କ ପ୍ରଥମ ଫିଲ୍ମ ‘ସ୍କାଏ ଫୋର୍ସ’ ନିକଟରେ ମୁକ୍ତିଲାଭ କରିଛି। ବୀର ପହରୀୟା ଏହି ଫିଲ୍ମ ମାଧ୍ୟମରେ ଡେବ୍ୟୁ କରିଛନ୍ତି। ରିଲିଜ୍ ପୂର୍ବରୁ ଫିଲ୍ମଟିକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା। ଏବେ ଏହି ଫିଲ୍ମ ହଲ୍‌କୁ ଆସିଛି। ଏହି ଫିଲ୍ମର କାହାଣୀ ଏକ ସତ୍ୟ ଘଟଣା ଉପରେ ଆଧାରିତ। ଏହା ୧୯୬୫ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧ ସମୟରେ ଜଣେ ସ୍କ୍ୱାର୍ଡନ ଲିଡରଙ୍କ ନିଖୋଜ ହେବାର କାହାଣୀ ଏହି ଫିଲ୍ମରେ ପ୍ରଦର୍ଶିତ ହୋଇଛି। ଗଣତନ୍ତ୍ର ଦିବସକୁ ଆଖି ଆଗରେ ରଖି ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ପ୍ରଥମ ଦିନରେ ଦର୍ଶକଙ୍କଠାରୁ ଭଲ ପ୍ରତିକ୍ରିୟା ପାଇଛି। ଫିଲ୍ମର କାହାଣୀ ଏବଂ ଅକ୍ଷୟ କୁମାର-ବୀର ପହରୀୟାଙ୍କ ସହିତ ସାରା ଅଲି ଖାନଙ୍କ ଅଭିନୟକୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି।

, ଫିଲ୍ମଟି ପ୍ରଥମ ଦିନରେ ୧୫.୩୦କୋଟିର ଆୟ କରିଛି। ଏହା ସହିତ ଫିଲ୍ମଟି ଅକ୍ଷୟ କୁମାରଙ୍କ କ୍ୟାରିୟରର ତୃତୀୟ ସର୍ବାଧିକ ଓପନିଂ କରିଥିବା ଫିଲ୍ମ ହୋଇପାରିଛି। ଆଗାମୀ ଦିନରେ ଫିଲ୍ମଟି କେତେ ଆୟ କରିପାରିବ, ତା’ ଉପରେ ଏବେ ସିନେ ସମୀକ୍ଷକଙ୍କ ନଜର ରହିଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *