ଦୀପିକାଙ୍କୁ ରେଖାଙ୍କ ସହ ତୁଳନା କଲେ ପ୍ରଶଂସକ

ମୁମ୍ବାଇ: ଦୀପିକା ପାଦୁ୍କୋନ୍ ବଲିଉଡ୍ ଦୁନିଆର ଜଣେ ଜଣାଶୁଣା ଚେହେରା । ଲଗାତାର ବ୍ଲକବ୍ଲଷ୍ଟର ଫିଲ୍ମ ଜରିଆରେ ଦଶର୍କଙ୍କ ହୃଦୟ ଜିତିଥିବା ବେଳେ ବଲିଉଡରେ ମଧ୍ୟ ରାଜ୍ କରନ୍ତି ଦୀପିକା । ଏବେ ଅଭିନେତ୍ରୀ କିଛି ମାସ ତଳେ ମାତୃତ୍ବ ଲାଭ କରିଛନ୍ତି । ଯାହାର ନାଁ ଦୁଆ ରହିଛି । ଏକ ଝିଅ ସନ୍ତାନ ମା’ ହେବା ପେର ଦୁ୍ଆ ନାଁରେ ଏବେ ଦୀପିକା ବେଶ୍ ଫେମସ୍ ହେବାରେ ଲାଗିଛନ୍ତି । ଝିଅ ଜନ୍ମ ହେବା ପରେ କାମ ଠୁ ଦୂରରେ ରହିଥିବା ଦୀପିକା ପୁଣି ଥରେ କାମ ଆରମ୍ଭ କରିଦେଇଛନ୍ତି ।

ସବ୍ୟସାଚୀଙ୍କ ୨୫ତମ ବାର୍ଷିକୀ କାର୍ଯ୍ୟକ୍ରମରେ ଦୀପିକା ପାଦୁକୋନ ତାଙ୍କର ଦମଦାର ଜଲଓ୍ବା ଦେଖାଇଥିଲେ। ମାଆ ହେବା ପରେ ତାଙ୍କୁ ପ୍ରଥମ ଥର ପାଇଁ ରାମ୍ପରେ ଚାଲିବାର ଦେଖିବାକୁ ମିଳିଛି। ତାଙ୍କ ଲୁକରେ ଉପସ୍ଥିତ ଥିବା ଦଶର୍କ ଦିଓ୍ବାନା ହୋଇଥିଲେ । ଧଳା ପ୍ୟାଣ୍ଟ, ଟପ୍ ଏବଂ ଟ୍ରେଞ୍ଚ କୋଟ୍ ସହିତ ଆକର୍ଷଣୀୟ ଡିଜାଇନ୍ ହାର ଥିଲା, ଯେଉଁଥିରେ ଏକ ଚୋକର ଏବଂ ଏକ ରୁବି-ହୀରା କ୍ରସ୍ ପେଣ୍ଡେଣ୍ଟ ଅନ୍ତର୍ଭୁକ୍ତ ଥିଲା। ଯାହାକୁ ସବ୍ୟସାଚ୍ଚୀ ଡିଜାଇନ୍ କରିଥିଲେ ।

ଦୀପିକା ଶୋ’ର ଆରମ୍ଭ ଦମଦାର ଅନ୍ଦାଜରେ କରିଥିଲେ । କଳା ଚମଡା ଗ୍ଲୋଭସ୍ ଉପରେ ଲଗାଯାଇଥିବା ବ୍ରେସଲେଟ୍ ଏବଂ ହେଡବ୍ୟାଣ୍ଡ ତାଙ୍କ ଲୁକ୍କୁ ଆହୁରି ସୁନ୍ଦର କରିଥିଲା। ସତ କହିବାକୁ ଗଲେ, ଦୀପିକା ପ୍ରତ୍ୟେକ ଥର ପ୍ରମାଣ କରନ୍ତି ଯେ ତାଙ୍କର ଷ୍ଟାଇଲ୍ ଏବଂ ସୌନ୍ଦର୍ଯ୍ୟରେ କୌଣସି ପ୍ରତିଯୋଗିତା ନାହିଁ।

ଦୀପିକାଙ୍କ ଲୁକ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପ୍ରଶଂସକମାନେ ଦୀପିକାଙ୍କୁ ଢେର ସାରା ଭଲପାଇବା ମଧ୍ୟ ଦେଉଛନ୍ତି। ଅନେକ ଦୀପିକାଙ୍କୁ କମେଣ୍ଟରେ କୁଇନ୍ କହି ସମ୍ବୋଧନ କରିଛନ୍ତି । ଅନେକ ଲୋକ ତାଙ୍କୁ ବରିଷ୍ଠ ଅଭିନେତ୍ରୀ ରେଖାଙ୍କ ସହ ତୁଳନା ମଧ୍ୟ କରିଥିଲେ।

.

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *