ବିଦେଶୀ ଗାଇଲେ କୁଛ୍ କୁଛ୍ ହୋତା ହୈ ଗୀତ, ଝୁମିଲା ରାଷ୍ଟ୍ରପତି ଭବନ

ନୂଆଦିଲ୍ଲୀ: ବିଦେଶୀ ଗାଇଲେ ବଲିଉଡ ଗୀତ । ଏହି ଗୀତରେ ଝୁମି ଉଠିଲା ପୁରା ରାଷ୍ଟ୍ରପତି ଭବନ । ଇଣ୍ଡୋନେସିଆରୁ ଆସିଥିବା ଏକ ପ୍ରତିନିଧିମଣ୍ଡଳ ବଲିଉଡ଼ର ଏକ ଲୋକପ୍ରିୟ ଗୀତ ଗାଉଥିବାର ନଜର ଆସିଛନ୍ତି । ସେଠାରେ ଉପସ୍ଥିତ ଅତିଥିଙ୍କ ହୃଦୟ ଜିତିଥିଲେ । ଏହାର ଏକ ଭିଡ଼ିଓ ଓ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

୭୬ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋୱୋ ସୁବିୟାନ୍ତୋଙ୍କୁ ବିଶେଷ ନିମନ୍ତ୍ରଣ କରାଯାଇଥିଲା । ଗତ ଗୁରୁବାର ରାତିରେ ସେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚଥିଲେ । ସେଠାରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ତାଙ୍କୁ ସ୍ୱାଗତ କରିଥିଲେ । ତାଙ୍କ ସହ ଇଣ୍ଡୋନେସିଆର ଏକ ପ୍ରତିନିଧି ମଣ୍ଡଳୀ ମଧ୍ୟ ଭାରତ ଆସିଥିଲେ । ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋୱୋ ସୁବିୟାନ୍ତୋ ଏକ ଭୋଜିର ଅୟୋଜନ କରିଥିଲେ । ଏହି ଅବସରରେ ଇଣ୍ଡୋନେସିଆରୁ ଆସିଥିବା ପ୍ରତିନିଧିମଣ୍ଡଳ ବଲିଉଡର ଏକ ଲୋକପ୍ରିୟ ଗୀତ ‘କୁଛ୍ କୁଛ୍ ହୋତା ହୈ’ ଗାଇଥିଲେ । ବିଦେଶୀ ହୋଇ ମଧ୍ୟ ବଲିଉଡ୍ ଗୀତକୁ ଏତେ ସୁନ୍ଦର ଭାବରେ ପରିବେଷଣ କରିବାରୁ ସେଠାରେ ଉପସ୍ଥିତ ସମସ୍ତଙ୍କ ହୃଦୟ ଜିତିଥିଲେ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *