ଦାଢି କାଟି କଲେଜ ଆସିବାକୁ ଛାତ୍ରଙ୍କୁ ଧମକ, ମୁଖ୍ୟମନ୍ତ୍ରୀ କଲେ ହସ୍ତକ୍ଷେପ

ବେଙ୍ଗାଲୁରୁ: ଦାଢି ରଖିଲେ କଲେଜ ଆସିବା ମନା । ଛାତ୍ରମାନଙ୍କୁ ଦାଢି ଟ୍ରିମ୍ କରିବା ଓ ସମ୍ପୂର୍ଣ୍ଣ କାଟିକି ଆସିବାକୁ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବାଧ୍ୟ କରାଯାଇଛି । ଏପରି ନିଷ୍ପତ୍ତିକୁ ନେଇ ଛାତ୍ରମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହି ପ୍ରସଙ୍ଗକୁ ନେଇ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ମଧ୍ୟ କରାଯାଇଛି। ଏପରି ଦେଖିବାକୁ ମିଳିଛି କର୍ଣ୍ଣାଟକର ରାଜୀବ ଗାନ୍ଧୀ ବିଶ୍ୱବିଦ୍ୟାଳୟ ସହ ଜଡିତ ହାସନର ସରକାରୀ ନର୍ସିଂ କଲେଜରେ ।

ନର୍ସିଂ କଲେଜରେ ପଢୁଥିବା ଜମ୍ମୁ-କଶ୍ମୀରର ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ, ଆଜିକାଲି ଛାତ୍ରମାନେ ଦାଢି ରଖିବା ଏକ ପ୍ରକାର ଫ୍ୟାଶନ ହୋଇଯାଇଛି । ହେଲେ ହିଜାବ ପରେ ଏବେ ଛାତ୍ରମାନଙ୍କୁ ଦାଢ଼ି ଟ୍ରିମ୍ କରିବା ଏବଂ କାଟିବା ପାଇଁ ବାଧ୍ୟ କରାଯାଇଛି। ଏପରି ନ କଲେ ସେମାନେ କ୍ଲାସ ଭିତରେ ପ୍ରବେଶ କରିପାରିବେ ନାହିଁ । ଏମିତି କି ସେମାନଙ୍କ ବିରୋଧରେ କଲେଜ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧମକ ବି ଦିଆଯାଇଛି । ସେମାନଙ୍କ ଉପରେ ଲାଗୁ କରାଯାଇଥିବା “ଭେଦଭାବ ପ୍ରଶିକ୍ଷଣ ମାନକ” ସେମାନଙ୍କର ଧାର୍ମିକ ତଥା ସାଂସ୍କୃତିକ ଅଧିକାର ବିରୁଦ୍ଧ ଅଟେ।

ଜମ୍ମୁ-କଶ୍ମୀର ଛାତ୍ର ସଂଘକୁ ଲେଖିଥିବା ଏକ ପତ୍ରରେ ଛାତ୍ରମାନେ ଆହୁରି ଅଭିଯୋଗ କରିଛନ୍ତି ଯେ, ଏହି ନୀତି ଛାତ୍ରମାନଙ୍କ ପ୍ରତି ଅଧିକ ଭେଦଭାବ ଆଣିପାରେ। ଆସୋସିଏସନର ଆଇନଜୀବୀ କହିଛନ୍ତି, ଆମେ ଆଶା କରୁଛୁ ଯେ କଲେଜ ପ୍ରଶାସନର କୌଣସି ଚାପ କିମ୍ବା ଦଣ୍ଡନୀୟ କାର୍ଯ୍ୟ ବିନା ଏହି ସମସ୍ୟାର ସମାଧାନ ହୋଇପାରିବ। କଲେଜ ପ୍ରିନ୍ସିପାଲ୍ ଅଧିକାରୀମାନଙ୍କୁ କହିଛନ୍ତି ଯେ ଏକ ସୁନ୍ଦର ଏବଂ ବୃତ୍ତିଗତ ରୂପ ବଜାୟ ରଖିବା ହେଉଛି ଚାକିରିର ଏକ ଅଂଶ। ବିଶେଷତଃ ନର୍ସିଂ ପରି କ୍ଷେତ୍ରରେ ଶୃଙ୍ଖଳା ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି ଯେ କ୍ଲିନିକାଲ୍ ପ୍ରଶିକ୍ଷକଙ୍କ ସମେତ ସମସ୍ତ ଶିକ୍ଷକଙ୍କ ସହ ଆମର ବିସ୍ତୃତ ଆଲୋଚନା ହୋଇଛି। ଆମେ ବୁଝୁଛୁ ଯେ ସାଂସ୍କୃତିକ ସମ୍ବେଦନଶୀଳତା ଥାଇପାରେ, କିନ୍ତୁ ଆମେ କେବଳ ଏକ ବୃତ୍ତିଗତ ପରିବେଶ ବଜାୟ ରଖିବା ପାଇଁ ଏଭଳି ସଚେତନ କରାଇଥିଲୁ। କୁହାଯାଉଛି ଯେ ଜମ୍ମୁ-କଶ୍ମୀର ଛାତ୍ର ସଂଗଠନ କର୍ଣ୍ଣାଟକ ସିଏମ ସିଦ୍ଧାରମାୟାଙ୍କୁ ତାଙ୍କର ହସ୍ତକ୍ଷେପ ଲୋଡି ଏକ ଚିଠି ଲେଖିଛନ୍ତି। ଶେଷରେ ମୁଖ୍ୟମନ୍ତ୍ରୀ ସିଦ୍ଧାରମାୟାଙ୍କ ନିର୍ଦ୍ଦେଶକ୍ରମେ କଲେଜ ପ୍ରଶାସନ କଶ୍ମୀର ଛାତ୍ରମାନଙ୍କ ସହ ଏକ ବୈଠକ କରି ଧାର୍ମିକ ବିଶ୍ୱାସ ପାଇଁ ଛାଡ୍ ପ୍ରଦାନ କରିଛନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *