ନାଗ ସାପ ଦେଖାଇ ଟଙ୍କା ପାଇଁ ଡରାଉଥିଲେ ଅପହରଣକାରୀ

ଗଞ୍ଜାମ: ନାଗ ସାପ ଦେଖାଇ ୪ ଜଣଙ୍କୁ ଅପହରଣ । ଗଞ୍ଜାମ ଚିକିଟି ଅଂଚଳରେ ଘଟିଛି ଏହି ହାଇଡ୍ରାମା ଅପହରଣ ଘଟଣା। ଦିଲ୍ଲୀର ଜଣେ ଫାଇନାନ୍ସ କର୍ମଚାରୀ ଓ କଟକର ୩ ସହଯୋଗୀଙ୍କୁ ଅପହରଣ କରିଥିଲେ ଦୁର୍ବୃତ୍ତ। ଏଥିସହ ସେମାନଙ୍କୁ ଏକ କୋଟି ଟଙ୍କା ଦାବି କରୁଥିଲେ । କୋଟିଏ ଟଙ୍କା ନଦେଲେ ସମସ୍ତଙ୍କୁ ନାଗ ସାପ ଦ୍ୱାରା ଚୋଟ ମାରିଦେବାକୁ ଧମକ ଦେଉଥିଲେ ।

ଗୋଳନ୍ଥରା ଥାନା ଅଞ୍ଚଳରୁ ଅପହରଣ ପରେ ଚିକିଟି ଗଡ଼ରେ ଅଟକ ରଖିଥିଲେ। ସେମାନଙ୍କ ଭିତରୁ ଜଣେ କୌଶଳ କ୍ରମେ ଖସି ଆସି ଚିକିଟି ତହସିଲ ଅଫିସରେ ପହଞ୍ଚି ଉଦ୍ଧାର ପାଇଁ ନେହୁରା କରିଥିଲେ । ଏନେଇ ପୋଲିସ ଖବର ପାଇ ଅଟକ ୩ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ପୋଲିସ ପହଞ୍ଚିବା ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ଏକ ଆହତ ନାଗସାପକୁ ଦେଖି ବନବିଭାଗକୁ ଖବର ଦେଇଥିଲା ଚିକିଟି ପୋଲିସ । ଅପହରଣ ଘଟଣାର ସମସ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ ଜାରି ରହିଛି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *