ମୁମ୍ବାଇ: ପାକିସ୍ତାନର ବୋହୂ ସାଜିବେ ବଲିଉଡର ଡ୍ରାମା କୁଇନ୍ ରାଖି ସାୱନ୍ତ । ଦୁଇ ଦୁଇ ଥର ବିବାହରେ ବିଫଳ ହେବା ପରେ ସେ ତୃତୀୟ ବିବାହ କରିବେ। ପୂର୍ବରୁ ସେ ଦୁଇ ଥର ଭାରତରେ ବିବାହ କରିଥିବା ବେଳେ ଏବେ ପାକିସ୍ତାନର ଯୁବକଙ୍କୁ ବାଛିଛନ୍ତି। ସେ ହେଲେ ଡୋଡି ଖାନ୍, ଯିଏକି ଜଣେ ପାକିସ୍ତାନୀ ଅଭିନେତା।
ଡ୍ରାମା କୁଇନ୍ ରାଖୀ ସାୱନ୍ତ ପୁଣିଥରେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ଏକ କାର୍ଯ୍ୟକ୍ରମ ଲାଗି ରାକ୍ଷୀ ପାକିସ୍ତାନ ଯାଇଥିଲେ। ସେଠାରୁ ଫେରି ସେ ଗଣମାଧ୍ୟମ ଆଗରେ ବଡ଼ ବୟାନ ଦେଇଛନ୍ତି। ତାଙ୍କର ତୃତୀୟ ବିବାହଠାରୁ ଆରମ୍ଭ କରି ହନିମୁନ୍ ଯାଏର ଯୋଜନା ବିଷୟରେ ସେ ଜଣାଇଛନ୍ତି। ସେ କହିଛନ୍ତି ଯେ, ମୁଁ ପାକିସ୍ତାନରୁ ବହୁତ ବିବାହ ପ୍ରସ୍ତାବ ପାଉଛି। ମୋତେ ପାକିସ୍ତାନର ଲୋକ ବହୁତ ପସନ୍ଦ। ସେଠାରେ ମୋର ବହୁତ ପ୍ରଶଂସକ ଅଛନ୍ତି। ମୋର ବିବାହ ଇସଲାମ ରୀତିନୀତିରେ ପାକିସ୍ତାନରେ ହେବ। ବିବାହ ଭୋଜି ଭାରତରେ ଦିଆଯିବ। ଆମେ ହନିମୁନ୍ ଲାଗି ସ୍ୱିଜରଲ୍ୟାଣ୍ଡ ନଚେତ ନେଦରଲ୍ୟାଣ୍ଡ ଯିବୁ। ଏପରିକି ବିବାହ ପରେ ସେ ଏବଂ ଡୋଡି ଦୁବାଇରେ ରହିବେ ବୋଲି ଅଭିନେତ୍ରୀ ସ୍ପଷ୍ଟ କରିଛନ୍ତି। ଆହୁରି କହିଛନ୍ତି ଯେ, ‘ମୋର ବିବାହ ପାକିସ୍ତାନରେ ହେବ। ବିବାହ ଭୋଜି ଭାରତରେ ହେବ । ଆମେ ହନିମୁନ ପାଇଁ ସ୍ୱିଜରଲ୍ୟାଣ୍ଡ ଯିବୁ ବୋଲି ନିଷ୍ପତ୍ତି ନେଇଛୁ ।
ରାକ୍ଷୀଙ୍କୁ ପାକିସ୍ତାନର ଅଭିନେତା ଡୋଡି ପ୍ରପୋଜ କରିଛନ୍ତି। ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଦେଖିଲେ ସେ ପେସାରେ ଜଣେ ଅଭିନେତା ସହ ପ୍ରଯୋଜକ ବୋଲି ଜଣାପଡ଼ିଛି। ପୂର୍ବରୁ ରାକ୍ଷୀ ଦୁଇ ଥର ବିବାହ କରିଥିଲେ। ପ୍ରଥମ ବିବାହ ରିତେଶ ଏବଂ ଦ୍ୱିତୀୟ ବିବାହ ଆଦିଲ ଖାନ୍ଙ୍କୁ କରିଥିଲେ। ସେ ଆଦିଲଙ୍କୁ ବିବାହ ସମୟରେ ଇସଲାମ ଧର୍ମ ଆପଣାଇ ନେଇଥିଲେ।