ଦୁନିଆରେ କେତୋଟି ଭୟଙ୍କର ଜଙ୍ଗଲ ରହିଛି


ନୂଆଦିଲ୍ଲୀ: ସୃଷ୍ଟିର ଆରମ୍ଭରୁ ରହିଛି ଜଙ୍ଗଲ ଏବଂ ସମୁଦ୍ର। ଜଙ୍ଗଲ, ସମୁଦ୍ର ସୃଷ୍ଟି ଚାରିଆଡ଼ୁ ଘୋଡ଼ାଇକୁ ରଖିଛନ୍ତି। କିନ୍ତୁ ଧୀରେ ଧୀରେ ଜଙ୍ଗଲ ଶେଷ ହେବାକୁ ଯାଉଛି। ମଣିଷ ନିଜର ସୁବିଧା ପାଇଁ ଜଙ୍ଗଲରେ ଥିବା ଗଛ ହାଣି ଘର ତିଆରୀ କରୁଛନ୍ତି। ଯାହା ପାଇଁ ପ୍ରକୃତି କ୍ଷତି ହେଉଛି।

ଏବେବି ଧରିତ୍ରୀରେ ଅନେକ ପ୍ରକାର ଭୟଙ୍କର ଜଙ୍ଗଲ ରହିଛି। ଯେଉଁଠିକୁ ଯିବା ମାନେ ମୃତ୍ୟୁକୁ ନିମନ୍ତ୍ରଣ ଦେବା। ଆସନ୍ତୁ ଜାଣିବା ଏହି ଭୟଙ୍କର ୫ଟି ଜଙ୍ଗଲ ବିଷୟରେ।

– ଟେଗା ଜଙ୍ଗଲ: ୧କୋଟି ୨୦ ଲକ୍ଷ ବର୍ଗ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି ଏହି ଜଙ୍ଗଲ। ଏହାକୁ ବିଶେଷଜ୍ଞ ଭୟଙ୍କର ଜଙ୍ଗଲ କହନ୍ତି।
– ଆମାଜନ୍ ଜଙ୍ଗଲ: ଏହି ଜଙ୍ଗଲରେ ଏପରି ଅନେକ ଜୀବଜନ୍ତୁ ଅଛନ୍ତି ଯାହାକୁ ଆଜି ମଧ୍ୟ କେହି ଜାଣି ନାହାଁନ୍ତି। ଆମାଜନ୍ ଜଙ୍ଗଲକୁ ଜଙ୍ଗଲର ରାଜା, ଜୀବଜନ୍ତୁଙ୍କ ସ୍ୱର୍ଗ କୁହାଯାଏ।
– ବଲ୍ଡିବିୟନ ଜଙ୍ଗଲ: ଏହି ଜଙ୍ଗଲରେ ବର୍ଷ ତମାମ ବର୍ଷା ହୁଏ। ଏଠାରେ ଏମିତି ପ୍ରଜାତିର ଜୀବ ମିଳିଥାନ୍ତି ଯାହା ସଂସାରରୁ ବିଲୁପ୍ତ ହେବାକୁ ଯାଉଛନ୍ତି। ଏହା ଚିଲ୍ଲି ଏବଂ ଆର୍ଜେଣ୍ଟିନାର ଅଂଶ।
– ଟେଂଗାସ ଜଙ୍ଗଲ: ଏହି ଜଙ୍ଗଲକୁ ପ୍ରତି ବର୍ଷ ୧ କୋଟିରୁ ଅଧିକ ପର୍ଯ୍ୟଟକ ଆସନ୍ତି। ଏଠାରେ ଆଦିବାସୀଙ୍କ ପ୍ରଜାତୀର ଲୋକ ରହନ୍ତି।
– କାଙ୍ଗେ ଜଙ୍ଗଲ: ଏହି ଜଙ୍ଗଲ ଯେତିକ ବଡ଼ ସେତିକି ଭୟଙ୍କର ମଧ୍ୟ। ଏଠାର ଖାସ୍ କଥା ହେଉଛି ଏହା ଭିତରେ ୫ଶହରୁ ଅଧିକ ପ୍ରକାର ମାଛ ଅଛନ୍ତି। ଯେଉଁଥିରେ ପିରାନା ମଧ୍ୟ ଅଛି। ଯିଏ କିଛି ସେକେଣ୍ଡେରେ ମଣିଷକୁ ଶେଷ କରିଦେବ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *